ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମଙ୍ଗଳବାରକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନ ସହ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଭକ୍ତଙ୍କ ସଙ୍କଟ ଦୂର କରୁଥିବାରୁ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ । ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ । ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କୁ ସମସ୍ତ ସଙ୍କଟ ଓ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଏଭଳି କିଛି କାର୍ୟ୍ୟ ରହିଛି ଯାହାକୁ ମଙ୍ଗଳବାରଦିନ କରିବା ଉଚିତ୍ ନୁହେଁ ।
ଧାର୍ମିକ ମାନ୍ୟତାନୁସାରେ ମଙ୍ଗଳବାର ଦିନ ହୋମ କରିବା ଅଶୁଭ ହୋଇଥାଏ । ସେଥିପାଇଁ ଏହିଦିନ ଘରେ ହୋମ କରିବା ଉଚିତ୍ ନୁହେଁ ହୋମ ସାମଗ୍ରୀ କିଣିବା ମଧ୍ୟ ଉଚିତ ନୁହେଁ ।
ପୁରାଣ ଅନୁସାରେ ମଙ୍ଗଳବାର ଦିନ କେଶ ଏବଂ ନଖ କାଟିବା ଉଚିତ୍ ନୁହେଁ । ନଖ ଏବଂ କେଶ ଏହିଦିନ କାଟିବା ଦ୍ୱାର ହନୁମାନ କ୍ରୋଧିତ ହୋଇଯାନ୍ତି ।
ମଙ୍ଗଳବାର ଦିନ ଘରକୁ ଲୁହା ଜିନିଷ ଆଣିବା ଉଚିତ୍ ନୁହେଁ । ଯେପରିକି ଛୁରୀ, କଇଁଚି, ଗାଡି ଆଦି ଜିନିଷ କିଣିବା ଉଚିତ୍ ନୁହେଁ ।
ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ । ହନୁମାନଙ୍କ ପ୍ରିୟ ରଙ୍ଗ ହେଉଛି ଲାଲ । ସେଥିପାଇଁ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ।
ମଙ୍ଗଳବାର ଦିନ ଶୃଙ୍ଗାର ଜିନିଷ କିିଣିବା ଉଚିତ୍ ନୁହେଁ । ଯଦି ଆପଣ ଏଭଳି କରିବେ ତେବେ ବୈବାହିକ ଜୀବନରେ ସଙ୍କଟ ଆସିପାରେ ।