ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମଙ୍ଗଳବାରକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନ ସହ ହନୁମାନଙ୍କୁ ପୂଜା-ର୍ଚ୍ଚନା କରାଯାଇଥାଏ । ପୌରାଣିକ କଥାରେ ହନୁମାନଙ୍କୁ ଶିବଙ୍କର ୧୧ତମ ଅବତାର ବୋଲି କୁହାଯାଇଛି । ଯେତେବେଳେ କୌଣସି ବ୍ୟକ୍ତିଙ୍କ ଜାତକରେ ଶନି, ମଙ୍ଗଳ, ରାହୁ, କେତୁ ଭଳି ଗ୍ରହଙ୍କର ଦୁଷ୍ପ୍ରଭାବ ପଡିଥାଏ । ସେତେବେଳେ ମଙ୍ଗଳବାରକୁ ହନୁମାନଙ୍କ ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।
ମଙ୍ଗଳବାର ହନୁମାନଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କ ସଙ୍କଟ ଦୂର ହୋଇଥାଏ । କୁହାଯାଏ କି ମଙ୍ଗଳବାର ଏଭଳି କିଛି କାମ କରିବା ଉଚିତ ନୁହେଁ । ଯାହାଦ୍ୱାରା ଜୀବନରେ ବାଧା ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କେଉଁ କାମ କରିବା ଉଚିତ୍ ନୁହେଁ ।
– ଭୁଲରେ ବି ମଙ୍ଗଳବାର କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଏହି ଦିନ ଲାଲ ଏବଂ ରଙ୍ଗୀନ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ମଙ୍ଗଳ ଦୋଷର ପ୍ରଭାବ କମ ହୋଇଥାଏ ।
– ଏହି ଦିନ ମହିଳାମାନେ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ କିଣିବା ଉଚିତ ନୁହେଁ । ଏଭଳି କରିବା ବୈବାହିକ ଜୀବନରେ ଫାଟକ ସୃଷ୍ଟ ହୋଇପାରେ ।
– ଏହି ଦିନ କେଶ, ଦାଢୀ ଏବଂ ନଖ କାଟିବା ଅଶୁଭ । ଏହି କାମ କରିବା ଦ୍ୱାରା ଜୀବନରେ ବୁଦ୍ଧି ଏବଂ ଧନ ହାନି ହୋଇଥାଏ ।
– ଏହିଦିନ ପଶ୍ଚିମ, ବାୟବ୍ୟ, ଉତ୍ତର ଦିଗ ଆଡକୁ ଯାତ୍ରା କରିବା ଉଚିତ୍ ନୂହେଁ । ଯଦି ଜରୁରୀ ଅଛି ତେବେ ଘରୁ ଗୁଡ ଖାଇ ଯାତ୍ରା କରନ୍ତୁ ।
– ମଙ୍ଗଳବାର ଆମିଷ ଏବଂ ମଦ ସେବନ କରିବା ଉଚିତ୍ ନୁହେଁ ।
– ଏହିଦିନ କାହାରିକୁ ଧାର ଦିଅନ୍ତୁ ନାହିଁ । ଏହାଦ୍ୱାରା ଆର୍ଥିକ ହାନିି ହେବାର ସମ୍ଭାବନା ରହିଛି ।