ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥ ତିଥିକୁ ଗଣେଶ ଚତୁର୍ଥି ପର୍ବ ଭାବେ ପାଳନ କରାଯାଏ । ଏହିଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର ଗଣେଶଙ୍କର ଜନ୍ମ ହୋଇଥିଲା । ଧାର୍ମିକ ମାନ୍ୟତାନୁସାରେ ଏହିଦିନ ଗଣେଶ ଭଗବାନଙ୍କ ଉପାସନା କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହେବା ସହ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ ।
ସେହିଅନୁଯାୟୀ ଆସନ୍ତା କାଲି ହେଉଛି ଗଣେଶ ଚତୁର୍ଥୀ । ଶାସ୍ତ୍ରରେ ବର୍ଣ୍ଣିତ ଅଛି କି, ଗଣେଶ ଚତୁର୍ଥୀରେ ବ୍ୟକ୍ତିଙ୍କୁ ଭୁଲରେ ଚନ୍ଦ୍ର ଦର୍ଶନ କରିବା ଉଚିତ୍ ନୁହେଁ । କୁହାଯାଏ କି ଏଭଳି କରିବା ଦ୍ୱାରା ବ୍ୟକ୍ତିଙ୍କୁ ଭଗବାନ ଗଣେଶଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡିଥାଏ ।
କିମ୍ବଦନ୍ତୀ ଅନୁସାରେ ଥରେ ଗଣେଶଙ୍କ ଗଜମୁଖ ଓ ଆକାରକୁ ନେଇ ଉପହାସ କରିଥିଲେ ଚନ୍ଦ୍ରଦେବ । ଯେଉଁଥିପାଇଁ ଗଣେଶ ଭଗବାନ କ୍ରୋଧିତ ହୋଇଯାଇଥିଲେ ଏବଂ ଶ୍ରାପ ଦେଇଥିଲେ କି ‘ଯେଉଁ ସ୍ୱରୂପ ପାଇଁ ଆପଣ ଏତେ ଉତଫୁଲିତ, ତାହା କଳା ହୋଇଯାଉ’ । ଶ୍ରାପ ପାଇବା ପରେ ଚନ୍ଦ୍ରଦେବ ଡରିଗଲେ ଏବଂ ତାଙ୍କ ଭୁଲର ଅନୁଭବ ହୋଇଥିଲା । ଏହାପରେ ସେ ଭୁଲମାଗିଥିଲେ । ଏଥିରେ ଗଣେଶ ଭଗବାନ ବର ପ୍ରଦାନ କରିଥିଲେ କି ମାସରେ ଗୋଟେ ଥର ତୁମର ଆକାର ପୂର୍ଣ୍ଣ ରହିବ ଏବଂ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ତୁମ ଦର୍ଶନ କରିବା ଶୁଭ ହେବନି ।