ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ପଞ୍ଚାଗ ଅନୁସାରେ ୨୭ ଟି ନକ୍ଷତ୍ର ଥାଏ ଏବଂ ସବୁଠାରୁ ଶୁଭ ପୁଷ୍ୟ ନକ୍ଷତ୍ର ହୋଇଥାଏ । ଏହି ନକ୍ଷତ୍ର ଅନୁଯାୟୀ ସମସ୍ତ ଶୁଭକାମ କରାଯାଏ । ଯେଉଁଭଳି ଗୋଟେ ମୁଦ୍ରାର ଦୁଇଟି ପାଶ୍ୱର୍ ଥାଏ ଠିକ୍ ସେହିଭଳି ଏହି ଦିନ କିଛି କାମ କରିବା ପାଇଁ ମଧ୍ୟ ବାରଣ ଥାଏ । ତେବେ ଆସନ୍ତୁ ଜାଣିବା ପୁଷ୍ୟ ନକ୍ଷତ୍ରରେ କେଉଁ କାମ କରିବା ଉଚିତ୍ ନୁହେଁ ।
ଶାସ୍ତ୍ର ଅନୁଯାୟୀ ଏହି ଦିନ ବିବାହ କରିବା ଉଚିତ୍ ନୁହେଁ, କାରଣ ପୁଷ୍ୟ ନକ୍ଷତ୍ର ଦିନ ଭଗବାନ ବ୍ରହ୍ମାଙ୍କୁ ଶ୍ରାପ ମିଳିଥିଲା । ସେଥିପାଇଁ ଏହି ନକ୍ଷତ୍ର ବିବାହ ପାଇଁ ଅଶୁଭ । ଏହାସହିତ ଯଦି ପୁଷ୍ୟ ନକ୍ଷତ୍ର ବୁଧବାର କିମ୍ବା ଶୁକ୍ରବାର ପଡେ ତେବେ ଏହା ଅଶୁଭ ହୋଇଥାଏ । ସେଥିପାଇଁ ଏହି ଦିନ କୌଣସି ବସ୍ତୁ କିଣନ୍ତୁନି କି କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।
ପୌରାଣିକ ଗ୍ରନ୍ଥ ଅନୁଯାୟୀ , ପୁଷ୍ୟ ପୁନର୍ବସୁ ଏବଂ ରୋହିଣୀ ଏହି ତିନି ନକ୍ଷତ୍ର ଅବସରରେ ବିବାହିତା ମହିଳାମାନେ ନୂତନ ବସ୍ତ୍ର ଧାରଣା କରିବା ଅନୁଚିତ୍ । ମାତ୍ର ପୁଷ୍ୟ ନକ୍ଷତ୍ର ସୁନା କିଣିବା ଶୁଭ ହୋଇଥାଏ କିନ୍ତୁ ମୁହୂର୍ତ୍ତର ବିପରୀତ ଅନୁଯାୟୀ ଏହା ଫଳଦାୟକ ହୋଇନଥାଏ ।
ପୁଷ୍ୟନକ୍ଷତ୍ର ଅକ୍ଟୋବର ୨୧ ମାନେ ଆଜି ଅପରାହ୍ନ ୧.୩୦ ରୁ ଆରମ୍ଭ ହୋଇ ୨୨ ଅକ୍ଟୋବର ଅପରାହ୍ନ ୩.୩୮ ପର୍ଯ୍ୟନ୍ତ ରହିବ । ଚଳିତ ବର୍ଷ ଦୀପାବଳୀ ପୂର୍ବରୁ ଦୁଇ ଦିନ ପୁଷ୍ପ ନକ୍ଷତ୍ର ପଡିବା ଦ୍ୱାରା ଏହାର ମହତ୍ୱ ଅନେକ ଗୁଣାରେ ବଢିଯିବ । ସୋମ ଏବଂ ମଙ୍ଗଳ ନକ୍ଷତ୍ର ବିଶେଷ ଫଳଦାୟୀ ହୋଇଥାନ୍ତି । ସୋମବାର ଦିନ ସୁନା, ଚାନ୍ଦୀ, ପୁସ୍ତକ ଏବଂ ଧାର୍ମିକ ବସ୍ତୁ କିଣି ପାରିବେ । ସେହିପରି ମଙ୍ଗଳବାର ଦିନ ଘର, ଘର ସଜାଇବା ପାଇଁ ଜିନିଷ, ଗାଡି ଆଦି କିଣିପାରିବେ ।