ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘରେ ମନ୍ଦିର ବା ଦେବାଳୟ ନିର୍ମାଣ କରିବା ବେଳେ ବିଶେଷ ଧ୍ୟାନ ଦେବା ଉଚିତ୍ । ଅତ୍ୟନ୍ତ ଶାସ୍ତ୍ରକ୍ତି ଢଙ୍ଗରେ ମନ୍ଦିର ନିର୍ମାଣ କରାଯିବା ଉଚିତ୍ । ଧ୍ୟାନ ରଖିବା ଉଚିତ୍ କି ମନ୍ଦିର ଯେପରି ବଡ ନହୋଇ ଛୋଟ ରହିବ । ହଜାର ସ୍କୋୟାର ଫୁଟ୍ ଘରରେ ଏକ ଫୁଟ୍ ରୁ ବଡ ମନ୍ଦିର ହେବା ଉଚିତ୍ ନୁହେଁ ।
ଘରେ ମନ୍ଦିର ନିର୍ମାଣ କରିବା ଦ୍ୱାରା ନିୟମିତ ସକାଳ-ସନ୍ଧ୍ୟାରେ ଧୂପ, ଦୀପ ଜଳାଇବା ଉଚିତ୍ । ଘରେ ବଡ ମନ୍ଦିର ସ୍ଥାପନା କରିବା ଦ୍ୱାରା ମନ୍ଦିର ନିୟମ ପାଳନର ଚାପ ଘରର ମୁଖିଆଙ୍କ ଉପରେ ପଡିଥାଏ । ଛୋଟ ଛୋଟ ଭୁଲ୍ ର ପ୍ରଭାବ ତାଙ୍କ ଉପରେ ପଡିଥାଏ ।
ଘରେ ବଡ ମନ୍ଦିର ନିର୍ମାଣ କରିବା ଦ୍ୱାରା ଗର୍ଭଗୃହର ପ୍ରଭାବ ବଢିଯାଇଥାଏ । ଏଭଳି ପରିସ୍ଥିତିରେ ଅଧିକ ସ୍ଥାନରେ ଶୁଦ୍ଧତା ଏବଂ ଧାମିକ ଶକ୍ତିର ସଂଚାର ଦ୍ୱାରା ସାମାଜିକ ଏବଂ ପାରିବାରିକ କାର୍ଯ୍ୟ ଉପରେ ପ୍ରଭାବ ପଡିଥାଏ ।
ଛୋଟ ମନ୍ଦିର ନିର୍ମାଣ କରିବା ଦ୍ୱାରା ବାସ୍ତୁ ଏବଂ କୋଣର ପ୍ରଭାବ ମଧ୍ୟ ଅଧିକ ପଡିନଥାଏ । କିନ୍ତୁ ବଡ ମନ୍ଦିର ସ୍ଥିତିରେ ଉତ୍ତର ଏବଂ ପୂର୍ବ କୋଣକୁ ପ୍ରାଧାନ୍ୟ ଦେବା ବାଧ୍ୟତାମୂଳକ ହୋଇଥାଏ ।