ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଗତକାଲି ମା’ଙ୍କର ଥିଲା ଭସାଣ ଉତ୍ସବ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୁରୀ, କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମା’ଙ୍କର ମେଳାଣି ପାଇଁ ସ୍ୱତନ୍ତ୍ର ପୋଖରୀ ବ୍ୟବସ୍ଥା କରାଯାଇଥିଲା ।
ସହରର ଠା ଠା ରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ କମ୍ପୁଥିଲା ସହର । ସେପଟେ ମାଙ୍କ ଭସାଣ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ମା’ଙ୍କ ଭସାଣ ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ରାସ୍ତା କଡରେ ଭିଡ ଜମାଇବା ସହ ମା’ଙ୍କୁ ବିଦାୟ ନେଉଥିବାର ଦେଖି ଆଖି ଛଳ ଛଳ କରିପକାଉଥିଲେ । ଅନ୍ୟପଟେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।