ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତୁଳସୀ ଗଛ ମୂଳେ ଶାଳଗ୍ରାମ ରଖି ପୂଜା କରିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶାଳଗ୍ରାମକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ବୋଲି କୁହାଯାଇଥାଏ । ଯେଉଁ ଘରେ ତୁଳସୀ ସହିତ ଶାଳଗ୍ରାମ ପୂଜା କରାଯାଇଥାଏ, ସେଠାରେ ଦାରିଦ୍ର୍ୟତା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶାଳଗ୍ରାମ ସହ ଜଡିତ କିଛି ଖାସ୍ କଥା..
– ଯେଉଁ ଘରେ ଶାଳଗ୍ରାମ ପୂଜା କରାଯାଇଥାଏ, ସେଠାରେ ଭଗବାନ ବିଷ୍ଣୁ ମା’ ଲକ୍ଷ୍ମୀ ବାସ କରିଥାନ୍ତି ।
– ଶାଳଗ୍ରାମ ପ୍ରତିଷ୍ଠା କରିବାର କୌଣସି ଆବଶ୍ୟକ ପଡେ ନାହିଁ । ଏହାକୁ ଯେକୌଣସି ବ୍ୟକ୍ତି ସେମାନଙ୍କ ଘର କିମ୍ବା ମନ୍ଦିରରେ ସ୍ଥାପନା କରି ପୂଜା କରି ପାରିବେ ।
– ଭିନ୍ନ ଭିନ୍ନ ରୂପର ଶାଳଗ୍ରାମ ମିଳିଥାଏ । ଯାହା ଦେଖିବାକୁ ଏକ କଳା ପଥର ସଦୃଶ । ଏଥିରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଚିହ୍ନ ରହିଥାଏ ।
– ବିନା ତୁଳସୀରେ ଶାଳଗ୍ରାମ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ ଏବଂ ତୁଳସୀ ଅର୍ପଣ କରିବା ଦ୍ୱାରା ଭଗବାନ ତୁରନ୍ତ ପ୍ରସନ୍ନ ହୋଇଥାନ୍ତି ।
– ଶାଳଗ୍ରାମ ଏବଂ ଭଗବତି ସ୍ୱରୂପା ତୁଳସୀଙ୍କ ବିବାହ କରିବା ଦ୍ୱାରା ସମସ୍ତ ଅଭାବ, କଳହ, ପାପ, ଦୁଃଖ ଏବଂ ରୋଗ ଦୂର ହୋଇଥାଏ ।
– କନ୍ୟାଦାନ କରିବାରେ ଯେଉଁ ପୂଣ୍ୟ ପ୍ରାପ୍ତ ହୋଇଥାଏ, ଠିକ୍ ସେହି ପୂଣ୍ୟ ତୁଳସୀ ଶାଳଗ୍ରାମ ବିବାହ କରାଇବାରେ ହୋଇଥାଏ ।
– ପୂଜା କରିବା ସମୟରେ ଶାଳଗ୍ରାମକୁ ସ୍ନାନ କରାଇ ଚନ୍ଦନ ଲଗାଇ ତୁଳସୀ ଅର୍ପଣ କରାନ୍ତୁ ଏବଂ ଭୋଗ ଲଗାନ୍ତୁ । ଏହାକୁ ମନ ଧ୍ୟାନ ଦେଇ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ।
– ବିଷ୍ଣୁ ପୁରାଣ ଅନୁସାରେ ଯେଉଁ ଘରେ ଶାଳଗ୍ରାମ ଥାଏ, ସେହି ଘର ତୀର୍ଥସ୍ଥାନ ସହ ସମାନ ହୋଇଥାଏ ।
– ଯେଉଁ ବ୍ୟକ୍ତି ଶାଳଗ୍ରାମରେ ନିୟମିତ ଜଳ ଚଢାଇଥାନ୍ତି, ସେ ଅକ୍ଷୟ ପୂଣ୍ୟ ପ୍ରାପ୍ତ କରିଥାନ୍ତି ।
– ଏହାସହିତ ଯେଉଁ ଘରେ ଶାଳଗ୍ରାମକୁ ନିୟମିତ ରୂପେ ପୂଜା କରାଯାଇଥାଏ, ସେହି ଘରୁ ସମସ୍ତ ଦୋଷ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।