ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଗୋପାଷ୍ଟମୀ ପର୍ବ । କାର୍ତ୍ତିକମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ପର୍ବ ପାଳନ କରାଯାଏ । ଏହି ତିଥି ରେ ଗାଇ ଏବଂ ଭଗବାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।
ମାନ୍ୟତା ରହିଛି ଭଗବାନ କୃଷ୍ଣ ଏହି ତିଥିରେ ପ୍ରଥମ ଥର ଗାଇ ଚରାଇ ଥିଲେ । ହିନ୍ଦୁଧର୍ମରେ ଗାଇ କୁ ପୂଜା କରାଯାଏ । ତାଙ୍କ ଶରୀରରେ ୩୩ କୋଟି ଦେବାଦେବୀ ବାସ କରିଥାନ୍ତି । ଗାଇକୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ସେଥିପାଇଁ ଗୋପାଷ୍ଟମୀରେ ଗାଇକୁ ସ୍ନାନ କରାଇ ଗୋମାତାଙ୍କୁ ହଳଦୀ ଚାଉଳ ଲଗାଯାଏ । ଏହି ତିଥିରେ ବାଛୁରୀ ସହିତ ଗାଇକୁ ପୂଜା କରିବାର ବିଧି ରହିଛି । ଧୂପ, ଦୀପ, ଗନ୍ଧ, ପୁଷ୍ପ, ବସ୍ତ୍ର, ଗୁଡି ଦ୍ୱାରା ଗାଇକୁ ପୂଜା କରାଯାଏ । ଶେଷରେ ଆଳତୀ କରାଯାଇ ଘାସ ଖାଇବାକୁ ଦିଆଯାଏ ।