ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସବୁକିଛି ଫିକା ପଡିଛି । ନଦୀଘାଟରେ ନା କାଉଡିଆ ପାଣି ଉଠାଉଛନ୍ତି ନା ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳୁଛି । କାରଣ ବୋଲବମ୍ ଯାତ୍ରା ଉପରେ ଲାଗିଛି କଟକଣା ।
ଶ୍ରାବଣ ପ୍ରଥମ ସୋମବାରରେ ରାଜ୍ୟର ସମସ୍ତ ଶୈପପୀଠ ଖାଁ ଖାଁ ପଡିଛି । କେଉଁଠି ଶୁଣିବାକୁ ମିଳୁନାହିଁ ବୋଲବମ , ହରହର ବମ୍ । ଭକ୍ତମାନେ ଘରେ ରହିବ ବାବା ଭୋଳାନାଥଙ୍କୁ ପୂଜା କରୁଛନ୍ତି । ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏହାସହିତ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।