ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ଭିତରେ ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମର ଦ୍ୱାର ଆଜି ସକାଳୁ ଫିଟିଛି । ପ୍ରଥମ ଥର ପାଇଁ ବିନା ଭକ୍ତଙ୍କ ସ୍ୱରରେ କେବଳ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ମେଷ ଲଗ୍ନର ବିଧିବିଧାନରେ ଦ୍ୱାର ଫିଟା ଯାଇଛି । ଦ୍ୱାର ଫିଟିବା ପରେ ପ୍ରଥମ ପୂଜାର୍ଚ୍ଚାନା ଏବଂ ରୁଦ୍ରାଭିଶେକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କରାଯାଇଛି । ଏହି ଅବସରରେ ୧୦ କୁଇଣ୍ଟାଲ ଫୁଲରେ ପୁରା ମନ୍ଦିରକୁ ସଜା ଯାଇଛି ।
କରୋନା ସଙ୍କଟ ମଧ୍ୟରେ କେଦାରନାଥଙ୍କ ଦ୍ୱାର ଫିଟିବା ଅବସରରେ କେବଳ ମୁଖ୍ୟ ପୂଜାରୀ, ମନ୍ଦିର ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ସମୟରେ କରୋନାର ସମସ୍ତ ଗାଇଡ ଲାଇନ୍ ପାଳନ କରାଯାଇଥିଲା ।
କରୋନ ପାଇଁ ସରକାରୀ ପରାମର୍ଶ କ୍ରମେ ଚାରୀ ଧାମର ଯାତ୍ରା ବନ୍ଦ ରଖାଯାଇଛି । କେବଳ ଭଗବାନଙ୍କ ପୂଜା ପାଇଁ ଦ୍ୱାର ଫିଟାଯାଇଛି ।
କେଦାରନାଥ ଧାମ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ପୁରୁଣା ସମ୍ପର୍କ ରହିଛି । ଏଠାରେ ମୋଦି ସାଧନା କରିଥିଲେ, ଏହାପରେ ତାଙ୍କ ଭାଗ୍ୟର ଦ୍ୱାର ଫିଟିଥିଲା । ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ନିକଟବର୍ତ୍ତି ଗରୁଡଚଟିରେ ପାଖାପାଖି ଦେଢ ମାସ ପର୍ଯ୍ୟନ୍ତ ଗୁମ୍ପାରେ ସାଧନା କରିଥିଲେ ।