ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସପ୍ତାହକ ସାତ ଦିନ ବିଭିନ୍ନ ଦେବା-ଦେବୀଙ୍କ ସମର୍ପିତ କରାଯାଇଛି । ଗୁରୁବାର ଭଗବାନ ବିଷ୍ଣୁ ଏବଂ ଗୁରୁ ବୃହସ୍ପତିଙ୍କୁ ପୂଜା କରିବାର ବିଧି ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯଦି ଜାତକରେ ଗୁରୁ ସଠିକ ଘରେ ଅବସ୍ଥିତ ତେବେ ଜୀବନରେ ଶୁଖ ଶାନ୍ତି ଆଗମନ ହୋଇଥାଏ । ଗୁରୁ ବ୍ୟକ୍ତିଙ୍କ ଜୀବନରେ ସୁଖ-ସୁବିଧା, ଧନ ସମ୍ପତ୍ତି ଏବଂ ପ୍ରେମ ବୃଦ୍ଧି କରିଥାନ୍ତି । ଯାହାଫଳରେ ବ୍ୟକ୍ତି ବିଧି ବିଧାନ ସହ ଗୁରୁବାର ପୂଜା କରିବା ଉଚିତ୍ । ଯଦି ଯାତକରେ ଗୁରୁ କମଜୋର ରହିଥିବେ ତେବେ ଜୀବନରେ କଷ୍ଟର ସାମ୍ନା କରିବାକୁ ପଡେ । ସେଥିପାଇଁ ମାନ୍ୟତାନୁସାରେ ଭୁଲବସତଃ କିଛି ଏଭଳି କରିବା ଉଚିତ୍ ନୁହେଁ
ଗୁରୁବାର ବ୍ୟକ୍ତିଙ୍କୁ କପଡା ଧୋଇବା, କେଶ, ଦାଢି , ନଖ କାଟିବା ଆଦିରୁ ଦୂରେଇ ରହିବା ଉଚିତ୍ । ଏହାଦ୍ୱାରା ବ୍ୟକ୍ତିଙ୍କୁ ବହୁ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ଜୀବନରେ ଧନ ସମ୍ପତ୍ତିର ଅଭାବ ହୋଇଥାଏ ।
ଗୁରୁବାରଦିନ ବ୍ରତ ରଖିବା ପୂର୍ବରୁ ନିଜକୁ ସ୍ୱଚ୍ଛ ରଖିବା ଉଚିତ୍ । ଏହିଦିନ ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଅଇଁଠା ଭୋଜନ ସେବନ କରିବା ଉଚିତ୍ ନୁହେଁ । ଏହାସହିତ ନିରାମିଶ ଭୋଜନ ଗ୍ରହଣ କରିବା ଉଚିତ୍ ।
ଧାର୍ମିକତାକୁ ଧ୍ୟାନରେ ରଖି ଗୁରୁବାର ଦିନ ଘର ସଫା ସୁତୁରା ଆଦି କରିବା ଉଚିତ୍ ନୁହେଁ ।
ହିନ୍ଦୁ ସଂସ୍କୃତି ଅନୁସାରେ ଗୁରୁବାର ଦିନ ଘରର ଗୁରୁଜନଙ୍କୁ ଖରାପ ବ୍ୟବହାର କରିବା ଉଚିତ୍ ନୁହେଁ । ନଚେତ୍ ବିଷ୍ଣୁ କ୍ରୋଧିତ ହୋଇଯିବେ ।
ବ୍ରତଧାରୀ ଗୁରୁବାର ଦିନ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ । ଏହାଦ୍ୱାରା ବିଷ୍ଣୁ କ୍ରୋଧିତ ହୋଇ ଯାଆନ୍ତି ।