ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଶୁକ୍ରବାରକୁ ସମସ୍ତ ଦେବୀଙ୍କୁ ସମର୍ପିତ କରାଯାଇଛି । ଏହିଦିନ ମା ଲକ୍ଷ୍ମୀ, ମା ଦୁର୍ଗା, ମା ସନ୍ତୋଷୀ ଏବଂ ସମସ୍ତ ଦେବୀ ମାଙ୍କୁ ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଇଥାଏ । ବିଶ୍ୱାସ ରହିଛି କି ଶୁକ୍ରବାର ଦିନ ଶ୍ରଦ୍ଧା ମନରେ ମା ସନ୍ତୋଷୀଙ୍କ ପୂଜାର୍ଚ୍ଚନା ଏବଂ ବ୍ରତ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହାସହିତ ବ୍ୟକ୍ତିଙ୍କ ଜୀବନରେ ସମସ୍ତ ଦୁଃଖ ଦୂର ହୋଇଥାଏ ।
ଶୁକ୍ରବାର ଦିନ ମାଙ୍କ ବିଭିନ୍ନ ରୂପକୁ ଉପାସନା କରାଯାଇଥାଏ । ସେହିପରି ଶୁକ୍ରବାର ହେଉଛି ସନ୍ତୋଷୀ ମାଙ୍କର ପ୍ରିୟ ବାର । କୁହାଯାଏ କି ବ୍ରତର ପୂର୍ଣ୍ଣ ଫଳ ସେତେବେଳେ ପ୍ରାପ୍ତି ହୋଇଥାଏ ଯେତେବେଳେ ଶ୍ରଦ୍ଧା ମନରେ ବ୍ରତର ନିୟମ ପାଳନ ହୋଇଥାଏ । ପୂଜା ପାଠ ପରେ ସନ୍ତୋଷୀ ମାଙ୍କ ଆରତୀ ନିହାତି କରନ୍ତୁ ।