ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୀବନରେ ଟଙ୍କା ରୋଜଗାର ପାଇଁ ଲୋକେ ଅନେକ ଚେଷ୍ଟା କରିଥାନ୍ତି । ଦିନ-ରାତି ଏକାଠି କରି ପରିଶ୍ରମ କଲା ପରେ ମଧ୍ୟ ଧନ-ବୈଭବ ପ୍ରାପ୍ତି କରି ପାରନ୍ତି ନାହିଁ । ଏଭଳି କ୍ଷେତ୍ରରେ ବ୍ୟକ୍ତିଙ୍କ କେବଳ ପରିଶ୍ରମ ନୁହେଁ ବରଂ ଜାତକରେ ଶୁକ୍ରଗ୍ରହର ସ୍ଥିତି ମଧ୍ୟ ମଜବୁତ ହେବା ଉଚିତ୍ । କୁହାଯାଏ କି ଶୁକ୍ର ଗ୍ରହ ଅଶୁଭ ଫଳ ଦେଲେ ବ୍ୟକ୍ତିଙ୍କୁ ଜୀବନରେ ଟଙ୍କା, ବିବାହ ଆଦି ସହ ଜଡିତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କିନ୍ତୁ ଯଦି ବ୍ୟକ୍ତିଙ୍କ ଜାତକରେ ଶୁକ୍ର ଗ୍ରହ ମଜବୁତ ସ୍ଥିତିରେ ଥିବ ତେବେ ସେ ରାଜା ଭଳି ଜୀବନ ଅତିବାହିତ କରିବେ ।
ଯଦି କିଛି ବ୍ୟକ୍ତି ଲଗାତାର ଭାବେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବେ ତେବେ ତାଙ୍କୁ ଶୁକ୍ରବାର ଦିନ କିଛି ଉପାୟ କରିବା ଉଚିତ୍ । ଏହାଦ୍ୱାର ଶୁକ୍ରଗ୍ରହ ମଜବୁତ ହୋଇଥାଏ ଏବଂ ଶୁଭଫଳ ଦେବାର ସମ୍ଭାବନା ଅଧିକ ହୋଇଥାଏ । ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ଜରୁରୀ । ଶୁକ୍ରବାର ହେଉଛି ମା’ ଲକ୍ଷ୍ମୀଙ୍କ ବାର । ଏହିଦିନ କିଛି ଉପାୟ କରି ମା ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ।
ଶୁକ୍ରବାର ଉପାୟ:
– ଜାତକରେ ଶୁକ୍ରଗ୍ରହ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ସକାଳୁ ସ୍ନାନ ସାରି ମା ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ । ଏହି ଅବସରରେ ମାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଏହିଦିନ ଧଳା ବସ୍ତ୍ର ଧାରଣ କରନ୍ତୁ । ଶ୍ରୀ ଶୁକ୍ତ ପାଠ କରନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ।
– ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କ ପାଇଁ ଅଟା ଏବଂ ଚିନି ଦିଅନ୍ତୁ । ଏହାଦ୍ୱାରା ବହୁତ ଶୀଘ୍ର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
– ମାନ୍ୟତାନୁସାରେ ଶୁକ୍ରବାର ଦିନ କନ୍ୟାଙ୍କୁ ଖୀରରେ ନିର୍ମିତ ମିଠା ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
– ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜାରେ ନଡିଆ ଅର୍ପଣ କରନ୍ତୁ । ପୂଜା ପରେ ସେହି ନଡିଆକୁ ଆପଣଙ୍କ ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ ।
– କୁହାଯାଏ କି ଶୁକ୍ରବାର ଦିନ କିନ୍ନର ମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ ।
– ମାନ୍ୟତାନୁଯାୟୀ ଶୁକ୍ରବାର ଦିନ କୌଣସି ବ୍ୟକ୍ତିଙ୍କୁ ଚିନି ଦାନ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଘରୁ ସୁଖ-ସମୃଦ୍ଧି ଏବଂ ଶାନ୍ତି ଚାଲି ଯାଇଥାଏ ।