ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେ ବିଘ୍ନହର୍ତା, ସେ ହିଁ ମଙ୍ଗଳକର୍ତ୍ତା । ତାଙ୍କ ପୂଜାରେ ଭକ୍ତଙ୍କ ସମସ୍ତ ସଙ୍କଟ ଓ ବାଧାବିଘ୍ନ ଦୂର ହୋଇଥାଏ । ପୌରାଣିକ କଥାନୁସାରେ ଭଗବାନ ଶିବ ମଧ୍ୟ ତ୍ରିପୁରାସୁରର ବଧ କରିବାରେ ଆସିବାକୁ ଥିବା ବାଧା ଦୂର କରିବା ପାଇଁ ଗଣେଶ ବନ୍ଦନା କରିଥିଲେ । ବୁଧବାରକୁ ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ଏହିଦିନ ଗଣେଶ ଭଗବାନଙ୍କୁ ସହଜରେ ପ୍ରସନ୍ନ କରାଯାଇପାରିବ । ଆଜି ଆମେ ଆପଣଙ୍କ କିଛି ଉପାୟ କହିବୁ ଯାହାଦ୍ୱାରା ଗଣେଶଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହେବା ସହ ମନସ୍କାମନା ପୁରଣ ହେବ ।
ଗଣେଶ ଭଗବାନଙ୍କୁ ପ୍ରସନ୍ନ କରିବାର ସବୁଠାରୁ ପ୍ରଥମ ଉପାୟ ଦୁବ ଅର୍ପଣ କରିବା । ବୁଧବାର ୧୧ଟି ଦୁବ ଗଣେଶ ଭଗବାନଙ୍କୁ ଅର୍ପଣ କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
ଗଣେଶଙ୍କର ପ୍ରିୟ ହେଉଛି ମୋଦକ । ଅଧିକ ମାତ୍ରାରେ ମୋଦକ ସେବନ ହେତୁ ଗଣେଶଙ୍କୁ ଲମ୍ବୋଦର ବା ମହାକାୟ ବୋଲି କୁହାଯାଇଥାଏ । ଗଣେଶଙ୍କୁ ମୋଦକ ଭୋଗ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କ ଘରେ ଧନ-ଧାନ୍ୟର ଅଭାବ ହୋଇନଥାଏ ।
ସୌଭାଗ୍ୟର ସୁଚକ ହେଉଛି ଲାଲ ସିନ୍ଦୁର । ଏହା ଗଣେଶଙ୍କର ଅତିପ୍ରିୟ । ଗଣେଶଙ୍କୁ ଲାଲ ସିନ୍ଦୁର ତିଳକ ଲଗାଇବା ପରେ ନିଜ ମଥାରେ ସେହି ସିନ୍ଦୁର ତିଳକ ଲଗାଇବା ଉଚିତ୍ । ଏହାଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ ହୋଇଥାଏ ।
ସେହିପରି ଗଣେଶଙ୍କ ପ୍ରିୟ ମନ୍ତ୍ର ଓଁ ଗଂ ଗଣପତୟେ ନମଃ ଜପିବା ଦ୍ୱାରା ସମସ୍ତ ବିଘ୍ନ ସମାପ୍ତ ହେବା ସହ ମନସ୍କାମନା ପୁରଣ ହୋଇଥାଏ ।