ପୁରୀ (ଏଟିଆର ବ୍ୟୁରୋ): ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଆଜି ଗରୁଡ ଶୟନୋତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ବଢିବା ପରେ ପଞ୍ଚାମୃତରେ ଗରୁଡଙ୍କୁ ମହାସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧା ଯାଏ । ଏହାପରେ ପୁଷ୍ପମାଲ୍ୟରେ ସୁସଜ୍ଜିତ ପୂର୍ବକ ଶୀତଳ ଭୋଗ ଓ ଆଳତୀ କରାଯାଏ ।
ପର୍ବଯାତ୍ରା ଯୋଗାଣିଆ ମହାସ୍ନାନ ନିମନ୍ତେ ସାମଗ୍ରୀ ଯୋଗାଇଥାନ୍ତି । ସୁଧସୁଆର ପୂଜାପାଠ କରିବା ପରେ ଜଣେ ପୂଜାପଣ୍ଡା ମହାସ୍ନାନ ବଢାଇ ଶୀତଳ ଭୋଗ ଓ ଆଳତି ବନ୍ଦାପନା କରିଥାନ୍ତି ।