ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନ ଦେବୀ ବୋଲି କୁହନ୍ତି । ବିଶ୍ୱାସ ରହିଛି କି ଯେଉଁ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି ସେଠାରେ କଦାପି ଧନର ଅଭାବ ଦେଖାଯାଏ ନାହିଁ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଲାଗି ପଡିଥାନ୍ତି । ହିନ୍ଦୁ ଧର୍ମରେ ଆଉ ଏକ ମାନ୍ୟତା ହେଉଛି ସପ୍ତାହରେ ପ୍ରତ୍ୟେକ ଦିନ ବାର ଅନୁଯାୟୀ ଦେବା-ଦେବୀଙ୍କୁ ପୂଜା କରିବା । ସେହିଭଳି ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ସେଥିପାଇଁ ଶକ୍ରବାର ଏଭଳି କିଛି କାମ କରନି ଯେଉଁଥିପାଇଁ ମା’ ଲକ୍ଷ୍ମୀ ରୋଷ ହୋଇ ଘରୁ ପଳାୟନ କରିବେ । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ସବୁ କାମ ବିଲକୁଲ୍ କରିବା ଉଚିତ୍ ନୁହେଁ ।
୧- ସନ୍ଧ୍ୟା ସମୟରେ ପୂଜା ପାଠ କରାଯାଏ । ଏହି ସମୟରେ ଘରେ ସକରାତ୍ମକ ଶକ୍ତି ରହିବା ଜରୁରୀ । ଦେବା-ଦେବୀ ମାନେ ସନ୍ଧ୍ୟା ବେଳେ ସକ୍ରିୟ ଥାନ୍ତି । ଏହି ସମୟରେ ଯଦି ଘରର କୌଣସି ବ୍ୟକ୍ତି ଶୋଇଥାନ୍ତି ତେବେ ଘରେ ନକରାତ୍ମ ଶକ୍ତି ପ୍ରବେଶ କରିଥାଏ । ଏହାସହିତ ଘରର ଅନ୍ୟ ସଦସ୍ୟ ମଧ୍ୟ ଅଳସୁଆ ଅନୁଭବ କରିଥାନ୍ତି । ଏହିଭଳି ମାହୋଲକୁ ମା’ ଲକ୍ଷ୍ମୀ କଦାପି ପସନ୍ଦ କରନ୍ତି ନାହିଁ । ଆପଣ ଯେତେ ପୂଜା ପାଠ କଲେ ମଧ୍ୟ ମା’ ପ୍ରସନ୍ନ ହୁଅନ୍ତି ନାହିଁ ।
୨- ଶୁକ୍ରବାର ଦିନ ଘରକୁ ସଫା ସୁତରା କରି ରଖନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତୁ ଏହା ସହିତ ମା’ ଲକ୍ଷ୍ମୀ ବହୁତ ଶୀଘ୍ର ଘରେ ପ୍ରବେଶ କରନ୍ତି । ଯେଉଁ ଘରେ ଅଳନ୍ଧୁ, ବୁଢିଆଣୀ ଜାଲ ଏବଂ ଜିନିଷ ପତ୍ର ଏପଟ ସେପଟ ହୋଇ ପଡିିଥିବ ସେହି ଘରେ ଲକ୍ଷ୍ମୀ ବିଲକୁଲ ପ୍ରବେଶ କରନ୍ତି ନାହିଁ ।
୩- ଘରର ଝିଅ ଓ ବୋହୂ ଲକ୍ଷ୍ମୀ ସମାନ ହୋଇଥାନ୍ତି । ସେଥିପାଇଁ ତାଙ୍କର ମାନ ସମ୍ମାନ କରିବା ଉଚିତ୍ । ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ ନାହିଁ ସେହି ଘରକୁ ଯିବା ପାଇଁ ମା’ କଦାପି ପସନ୍ଦ କରନ୍ତି ନାହିଁ । କେବଳ ଶୁକ୍ରବାର ନୁହେଁ ପ୍ରତ୍ୟେକ ଦିନ ମହିଳାମାନଙ୍କୁ ସମ୍ମାନ ଦେବା ଉଚିତ୍ ।
୪- ଶୁକ୍ରବାର ଦିନ ଭୁଲ୍ ରେ ବି ପଶୁ ପକ୍ଷୀଙ୍କୁ କ୍ଷତି ପହଁଚାନ୍ତୁ ନାହିଁ । ଏହାସହିତ ଆପଣ ଏହି ଦିନ ଘରେ ଆମିଷ ଭୋଜନ କରନ୍ତୁ ନାହିଁ ।