ପୁରୀ (ଏଟିଆର ବ୍ୟୁରୋ): ଆଜି ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ । ଅର୍ଥାତ ଚମ୍ପକ ଦ୍ୱାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗୁଆଲି ନୀତି ।
ଏଥିରେ ଦେବଦମ୍ପତିଙ୍କୁ ନଗର ପରିକ୍ରମା କରାଇ ପନ୍ତି ଭୋଗ ଗ୍ରହଣ କରାଯାଏ । ନୂଆ ଲୁଗା ଚନ୍ଦନ ଲାଗି କରାଯାଏ । ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ବନ୍ଦାପନା କରାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ । ଏହାପରେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ମଦନମୋହନ ଓ ରୁକ୍ମିଣୀଙ୍କୁ ବିଜେ କରାଯାଏ । ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡଦାଣ୍ଡ ରାଜନଅରଠାରେ ପାଲିଙ୍କି ବିଜେ କରାଯାଏ । ସେଠାରେ ପୂଜା ଓ ମଣୋହି ହେବା ପରେ ଦେବଦମ୍ପତିଙ୍କୁ ବନ୍ଦପନା କରି ଭେଟି ପ୍ରଦାନ କରିଥାନ୍ତି ଗଜପତିଙ୍କ ପରିବାରର ନାରୀମାନେ ।
ଗତକାଲି ରୁକ୍ମିଣୀ ହରଣ ଏକାଦଶୀ ଅବସରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ସେହିପରି ଚମ୍ପକ ଦ୍ୱାଦଶ ଅବସରରେ ଆଜି ଶ୍ରୀମନ୍ଦିରରେ ଗୁଆଲି ନୀତି ।