ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ଏହିଦିନ ଶ୍ରୀହରିଙ୍କୁ ବିଧି-ବିଧାନ ସହ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ଏହିଦିନ ଭଗବାନ ବିଷ୍ଣୁଙ୍କୁ ଶ୍ରଦ୍ଧା ମନରେ ପୂଜା କରିବା ଦ୍ୱାରା ତାଙ୍କ କୃପା ପ୍ରାପ୍ତ ହୋଇଥାଏ । ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ସଙ୍କଟ ଦୂର କରିଥାନ୍ତି । ସେଥିପାଇଁ ଗୁୁରୁବାର ବ୍ରତ କରିଥାନ୍ତି ଭକ୍ତ । ଯଦି ଆପଣ ପ୍ରଥମ ଥର ପାଇଁ ବ୍ରତ ରଖୁଛନ୍ତି ତେବେ ଗୁରୁବାର ଦିନ ବ୍ରତର କିଛି ନିୟମ ବିଷୟରେ ଜାଣିବା ନିହାତି ଆବଶ୍ୟକ ।
ପୌଷ ମାସରେ ଆରମ୍ଭ ହୋଇଥାଏ ଗୁରୁବାର ବ୍ରତ । ଏହାବ୍ୟତିତ ଗୁରୁବାର ଦିନ ପୁଷ୍ୟା ନକ୍ଷତ୍ର ହେବା ସତ୍ୱେ ମଧ୍ୟ ବ୍ରତ ଆରମ୍ଭ କରିବା ଶୁଭ ହୋଇଥାଏ । ଏହାସହିତ ଅନ୍ୟ ମାସରେ ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାରରେ ବ୍ରତ ରଖି ପାରିବେ । ଏହି ବ୍ରତ ୧୬ ଗୁରୁବାର ରଖିବାକୁ ପଡିଥାଏ ।
ଧାର୍ମିକ ମାନ୍ୟତାନୁସାରେ କଦଳୀ ଗଛରେ ଭଗବାନ ବିଷ୍ଣୁ ନିବାସ କରିଥାନ୍ତି । ସେଥିପାଇଁ ଗୁରୁବାର କଦଳୀ ଗଛ ମୂଳେ ଜଳ ଅର୍ପଣ କରାଯାଇ କଥା ଶ୍ରବଣ କରାଯାଏ । ଏହିଦିନ ଭୁଲରେ ବି କଦଳୀ ସେବନ କରିବା ଉଚିତ୍ ନୁହେଁ ।
ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁଙ୍କର ପ୍ରିୟ ହେଉଛି ହଳଦିଆ ରଙ୍ଗର ଜିନିଷ । ସେଥିପାଇଁ ଗୁରୁବାର ଦିନ ହଳଦିଆ ଜିନିଷ ଦାନ କରିବା ଲାଭଦାୟକ ହୋଇଥାଏ । ଏହାସହିତ ଭଗବାନ ବିଷ୍ଣୁଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ମାନ୍ୟତା ରହିଛି କି ଗୁରୁବାର ଦିନ ହଳଦିଆ ଭୋଜନ ଗ୍ରହଣ କରିବା ଉଚିତ୍ । ଏହାଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ଏହିଦିନ ଭୁଲାର ବି କଳାଡାଲି ଖିଚିଡି ସେବନ କରିବା ଉଚିତ୍ ନୁହେଁ ।
ଗାଇଙ୍କ ଠାରେ ଦେବାଦେବୀ ଅଛନ୍ତି ବୋଲି ବିଶ୍ୱାସ ରହିଛି । ଶାସ୍ତ୍ରରେ ଲିଖିତ ଅନୁୁଯାୟୀ ଗୁରୁବାର ଦିନ ଗାଇକୁ ରୁଟି ଏବଂ ଗୁଡ ଖୁଆଇବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ ।
ଗୁରୁବାର ଦିନ କେଶ ଏବଂ ନଖ କାଟିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଜାତକରେ ଥିବା ଗୁରୁ କମଜୋର ହୋଇଯାନ୍ତି ।