ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବର୍ଷର ଶେଷ ଶନିବାର । ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଦିନ ଶନିଦେବଙ୍କ ପୂଜା କରାଯାଇଥାଏ । ଏହାଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । ଶନିଙ୍କ ଖରାପ ପ୍ରଭାବ ଯୋଗୁଁ ଜୀବନଟା ଖରାପ ସ୍ଥିତି ଦେଇ ଗତି କରିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ ।
ଶନି ମନ୍ଦିର ଯାଆନ୍ତୁ: ବର୍ଷର ଏହି ଶେଷ ଶନିବାରରେ ଶନିଦେବଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ଧାର୍ମିକ ମାନ୍ୟତା ଅନୁଯାୟୀ ଶନିଦେବଙ୍କଠାରେ ତେଲ ଲାଗି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର କୁଦୃଷ୍ଟି ସେହି ବ୍ୟକ୍ତି ଉପରେ ପଡେ ନାହିଁ ।
କର୍ମର ଦେବତା, କର୍ମ ଅନୁସାରେ ନ୍ୟାୟ କରିଥାନ୍ତି: ଶନିଦେବଙ୍କୁ କର୍ମର ଦେବତା ବୋଲି ମଧ୍ୟ କୁହାଯାଏ । ଶନିଦେବ କର୍ମ ଅନୁସାରେ ଫଳ ଦେଇଥାନ୍ତି । ସେଥିପାଇଁ ଏହି ଶେଷ ଶନିବାର ଭଲ କର୍ମର ସଂକଳ୍ପ ନିଅନ୍ତୁ ।
ହନୁମାନ ମନ୍ଦିର ଯାଆନ୍ତୁ: ଧାର୍ମିକ ଅନୁସାରେ ମଙ୍ଗଳବାର ଏବଂ ଶନିବାର ସଙ୍କଟମୋଚନ ହନୁମାନଙ୍କ ଦିନ । ଯଦି ଆପଣଙ୍କର ବି ଶନିଙ୍କ ଖରାପ ଦଷା ଚାଲିଛି, ତେବେ ହନୁମାନଙ୍କୁ ପୂଜା କରନ୍ତୁ । ଏହାଦ୍ୱାରା ସମସ୍ତ ଦୁଷ୍ପ୍ରଭାବ ଦୂର ହୋଇଥାଏ । ଜୀବନରେ ସବୁକିଛି ଠିକ୍ ହୋଇଥାଏ । କଳିଯୁଗର ଜାଗ୍ରତ ଦେବତା ହେଉଛନ୍ତି ହନୁମାନ । ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି । ଯଦି ଆପଣ କେବଳ ରାମନାମ ଜପିବେ ତେବେ ସେଥିରେ ବି ହନୁମାନ ପ୍ରସନ୍ନ ହୋଇଯିବେ । ଏହାବ୍ୟତିତ ଆପଣ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା କେବଳ ଶନି ଦଷାରୁ ଛୁଟ୍ କାରା ମିଳିବ ନାହିଁ ବରଂ ଆପଣଙ୍କ ସମସ୍ତଙ୍କର ସମସ୍ୟା ଦୂର ହେବ ।