ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ବଡଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ହରିହର ବେଶରେ ସଜ୍ଜିତ ହୋଇଛନ୍ତି ବଡଠାକୁର । ଏହି ବେଶରେ ବଡଠାକୁରଙ୍କ ଅଧା ଅଂଶ ଧଳା ଏବଂ ଅଧା ଅଂଶ କଳା କରାଯାଇଛି । ଏହାସହିତ ୩୨ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ବଡଠାକୁର ।
ପରମ୍ପରା ମୁତାବକ ଯଦି ଦୀପାବଳୀ ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡେ ତେବେ ରତ୍ନସିଂହାସନରେ ବିରାଜିତ ବଡଠାକୁରଙ୍କର ହରିହର ବେଶ କରାଯିବ । ସେହିପରି ଚଳିତଥର ଦୀପାବଳୀଠୁ ଦଶମୀ ମଧ୍ୟରେ ସୋମବାର ପଡୁଥିବାରୁ ବଡଠାକୁରଙ୍କୁ ହରିହର ବେଶରେ ସୁସଜ୍ଜିତ କରାଯାଇଛି ।