ଏଟିଆର ବ୍ୟୁରୋ: ପ୍ରଭୁ ହନୁମାନ ଅନେକ ନାମରେ ଜଣାଯାଇଥାନ୍ତି । ଯେପରିକି, ଅଞ୍ଜନୀ ପୁତ୍ର, ସଙ୍କଟ ମୋଚନ, ରାମ ଭକ୍ତ, ମହାବଳୀ, ବଜରଙ୍ଗୱାଲି ଆଦି । ଏହାସହିତ ତାଙ୍କୁ ଚିରଞ୍ଜିବି ବୋଲି ମଧ୍ୟ କୁହାଯାଇଥାଏ । କୁହାଯାଏ କି ସେ ଆଜି ବି ପୃଥିବୀରେ ଅଛନ୍ତି ଏବଂ ତାଙ୍କ ଭକ୍ତଙ୍କ ସଙ୍କଟକୁ ଦୂର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ହନୁମାନଙ୍କୁ ଚିରଞ୍ଜିବି ର ବରଦାନ କିଏ ଓ କାହିଁକି ଦେଇଥିଲେ । ଆସନ୍ତୁ ଜାଣିବା..
ବାଲ୍ମିକି ରାମାୟଣ ଅନୁସାରେ ଅଶୋକ ବାଟିକାରେ ମାତା ସୀତାଙ୍କୁ ହନୁମାନ ଯେତେବେବେଳେ ମୁଦି ଦେଇଥିଲେ ସେତେବେଳେ ହନୁମାନଙ୍କୁ ଚିରଞ୍ଜିବି ହେବାର ବରଦାନ ଦେଇଥିଲେ ମାତା ସୀତା । ଏହାପରେ ରାବଣ ବିପକ୍ଷରେ ସେ ଯୁଦ୍ଧରେ ଶ୍ରୀରାମଙ୍କ ମୁଖ୍ୟ ସହଯୋଗୀ ଭାବେ ଲଢିଥିଲେ ଏବଂ ଅଯୋଧ୍ୟା ଫେରିବା ପରେ ସେ ରାମଙ୍କ ପ୍ରତି ଭକ୍ତିର ପରିଚୟ ଦେଇଥିଲେ ।
ପ୍ରତିଦିନ ପ୍ରଭୁ ରାମଙ୍କର ସେବା କରୁଥିଲେ । କିନ୍ତୁ ଯେତେବେଳେ ଭଗବାନ ଶ୍ରୀରାମ ଗୋଲକ ପ୍ରସ୍ଥାନ କରିବାର ବିଚାର କଲେ ସେତେବେଳେ ଏହାକୁ ଶୁଣି ହନୁମାନ ଦୁଖୀ ହୋଇଗଲେ ଏହାପରେ ସେ ନିଜର ବ୍ୟଥା ନେଇ ସୀତାଙ୍କ ନିକଟରେ ପହଁଚିଲେ । ମାତା ସୀତାଙ୍କୁ କହିଲେ କି, ଆପଣ ମୋତେ ଅମର ହେବାର ବରଦାନ ତ ଦେଲେ କିନ୍ତୁ କହିଲେନି କି ମୋ ପ୍ରଭୁ ରାମ ଯେତେବେଳେ ପୃଥୀବୀରୁ ପଳାୟନ କରିବେ ସେତେବେଳେ ମୁଁ କଣ କରିବି? ଏହାକୁ କହି ବରଦାନ ଫେରାଇ ନେବାକୁ ଯିଦ୍ କରିବେ ହନୁମାନ ।
ଏହାପରେ ପ୍ରଭୁ ଶ୍ରୀରାମଙ୍କୁ ଧ୍ୟାନ କଲେ ମାତା ସୀତା ଏବଂ ପ୍ରଭୁ ପ୍ରକଟ ହେଲେ । ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ଆଲିଙ୍ଗନ କରି କହିଲେ କି ପୃଥିବୀରେ କେହି ବି ଅମର ନୁହେଁ କିନ୍ତୁ ତୁମକୁ ଏହି ବରଦାନ ମିଳିଛି । କାରଣ ଯେପର୍ଯ୍ୟନ୍ତ ଏହି ପୃଥିବୀରେ ରାମ ନାମ ନିଆଯିବ ସେପର୍ଯ୍ୟନ୍ତ ଆପଣ ରାମଭକ୍ତଙ୍କ ରକ୍ଷା କରିବେ ।
ପ୍ରଭୁ ଶ୍ରୀରାମଙ୍କ କଥା ଶୁଣି ହନୁମାନ ତାଙ୍କ ଜିଦ୍ ରୁ ଓହରି ଯାଇଥିଲେ ଏବଂ ଏହି ବରଦାନକୁ ଶ୍ରୀରାମଙ୍କ ଆଜ୍ଞା ଭାବେ ସ୍ୱୀକାର କରିଥିଲେ ।