ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳଙ୍କୁ ନବଗ୍ରହ ମଧ୍ୟରେ ସେନାପତି ଆକ୍ଷା ଦିଆଯାଇଛି । ଏହାସହିତ ମଙ୍ଗଳ ଶକ୍ତି, ଆତ୍ମବିଶ୍ୱାସ ଏବଂ ପରାକ୍ରମର ସ୍ୱାମୀ । ସେହିପରି ତାଙ୍କର ମୁଖ୍ୟ ତତ୍ୱ ହେଉଛି ଅଗ୍ନି ଏବଂ ମୁଖ୍ୟ ରଙ୍ଗ ଲାଲ । ମଙ୍ଗଳଙ୍କ ଧାତୁ ହେଉଛି ତମ୍ବା ଏବଂ ଦାନ କରିବାରେ ମସୁର ଡାଲି ଶ୍ରେଷ୍ଠ । ତାଙ୍କର ରାଶି ହେଉଛି ମେଷ ଏବଂ ବିଛା । ଏହାବ୍ୟତିତ ମଙ୍ଗଳ ମକର ରାଶିରେ ଉଚ୍ଚରେ ଏବଂ କର୍କଟ ରାଶିରେ ନୀଚରେ ରହିଥାନ୍ତି ।
ସେହିପରି ଚନ୍ଦ୍ରମା ପୀଡିତ ହେବା ଦ୍ୱାରା ମନ ଖରାପ ରୁହେ । ଏହାସହିତ ଆତ୍ମବିଶ୍ୱାସ ଏବଂ ସାହସ ବି କମଜୋର ହୋଇଥାଏ । ଏହାବ୍ୟତିତ ବ୍ୟକ୍ତି ସର୍ବଦା କରଜ ଏବଂ ମକଦମାରେ ବୁଡି ରହିଥାନ୍ତି ।
ଚନ୍ଦ୍ରମା ଏବଂ ମଙ୍ଗଳ ଦେବଙ୍କୁ ଏଭଳି କରନ୍ତୁ ପ୍ରସନ୍ନ:
– ମଙ୍ଗଳବାର ଉପବାସ ରଖନ୍ତୁ ଏବଂ ଏହି ଦିନ ଲୁଣ ସେବନ କରନ୍ତୁ ନାହିଁ ।
– ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତୁ ।
– ସୋମବାର ଦିନ ଏକ ଢାଳରେ କଞ୍ଚା ଖୀର, କଳାଜୀରା ଏବଂ ପାଣି ମିଶାଇ ଶିବ ଲିଙ୍ଗରେ ଚଢାନ୍ତୁ ।
– ସୋମବାର ଦିନ ସନ୍ଧ୍ୟାରେ ଧଳା ବସ୍ତୁ ଗରିବ ଲୋକଙ୍କୁ ଦାନ କରନ୍ତୁ ।
– ଦ୍ୱିପ୍ରହରେ ମଙ୍ଗଳ ମନ୍ତ୍ର ଜପନ୍ତୁ, ସମସ୍ତ ଅଶୁଭ ପ୍ରଭାବ ସମାପ୍ତ ହେବ ।
ଚନ୍ଦ୍ରମା ମନ୍ତ୍ର:
ଓଁ ସୋମ ସୋମାୟ ନମଃ ।
ମଙ୍ଗଳ ମନ୍ତ୍ର:
– ଓଁ କ୍ରାଂ କ୍ରିଂ କ୍ରୌଂ ସଃ ଭୌମାୟ ନମଃ
– ଧରଣୀ ଗର୍ଭ ସଂଭୁତଂ ବିଦ୍ୟୁତ୍ କାନ୍ତି ସମପ୍ରଭମ,
କୁମାରଂ ଶକ୍ତି ହସ୍ତଂ ତଂ ମଙ୍ଗଳ ପ୍ରଣମାମ୍ୟହମ ।