ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । କୁହାଯାଏ କର୍ମ ହିସାବରେ ଫଳ ଦେଇଥାନ୍ତି ଶନି । ମନ୍ଦ କର୍ମ ପାଇଁ ଲୋକଙ୍କୁ ଦଣ୍ଡିତ କରୁଥିବା ବେଳେ ଭଲ କର୍ମ କରୁଥିବା ଲୋକଙ୍କ ଉପରେ ଶୁଭ ଦୃଷ୍ଟି ପକାଇଥାନ୍ତି ଶନି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଯଦି ଶନିଦେବ କାହାରି ଉପରେ ତାଙ୍କ କୃପା ଦୃଷ୍ଟି ରଖନ୍ତି ତେବେ ସେହି ବ୍ୟକ୍ତିଙ୍କୁ ସମସ୍ତ କାମରେ ସଫଳତା ମିଳିଥାଏ । ଯଦି ଆପଣ ମଧ୍ୟ ଶନିବାର ଦିନ ଶନିଦେବଙ୍କ ପ୍ରସନ୍ନ କରି ତାଙ୍କ କୃପା ଲାଭ କରିବାକୁ ଚାହୁଛନ୍ତି ତେବେ କିଛି ଉପାୟ କରି ପାରିବେ..
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟାଦୟ ପୂର୍ବରୁ ବରଗଛକୁ ପୂଜା କରିବା ଉଚିତ୍ । ବିଶ୍ୱାସ ରହିଛି କି ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସୋରିଶ ତେଲରେ ଲୁହା କଣ୍ଟା ପକାଇ ଚଢାନ୍ତୁ । ସର୍ବଦା ସୂର୍ଯ୍ୟାଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କ ପୂଜା କରିବା ଉଚିତ ।
୪୩ ଦିନ ପର୍ଯ୍ୟନ୍ତ ଲଗାତର ଭାବେ ଶନିଦେବଙ୍କ ମୂର୍ତ୍ତି ଉପରେ ତେଲ ଚଢାନ୍ତୁ । କେବଳ ରବିବାର ଏହା କରିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହେବେ ।
ଶନିବାର ଦିନ ଶନି ଯନ୍ତ୍ର ସ୍ଥାପପା କରନ୍ତୁ । ପ୍ରତିଦିନ ବିଧିବିଧାନ ସହ ଏହି ଯନ୍ତ୍ରକୁ ପୂଜିବା ଦ୍ୱାରା ଶନିଙ୍କ କୃପା ଲାଭ ହେବ । କେବଳ ଏତିକି ନୁହେଁ ନିୟମିତ ଯନ୍ତ୍ର ସାମ୍ନାର ସୋରିଶ ତେଲ ଦୀପ ଜଳାନ୍ତୁ ।
ଶନିବାର ଦିନ ଉପବାସ ରହିବା ଏବଂ ଦାନ କରିବା ମଧ୍ୟ ଖୂବ୍ ମହତ୍ୱ । କୁହାଯାଏ ଏହିଦିନ କାଳି ଗାଇକୁ ବିରି ଖୁଆଇବା ଦ୍ୱାରା ଶନିଦେବ ଶାନ୍ତ ହୋଇଥାନ୍ତି ।
ସେହିପରି କୁହାଯାଏ କି ଯେଉଁମାନେ ହନୁମାନ ଚାଳିଶା ପାଠ କରନ୍ତି ତାଙ୍କ ଉପରେ ଶନିଦେବଙ୍କ ଖରାପ ଦୃଷ୍ଟି ପଡେ ନାହିଁ । ସେଥିପାଇଁ ପ୍ରତ୍ୟେକ ଶନିବାର ହନୁମାନ ଚାଳିଶା ପାଠ କରିବା ଉଚିତ୍ ।
ଶନିଦେବଙ୍କ କୃପା ବଳବତ୍ତର ରଖିବା ପାଇଁ ଶନିବାର ଦିନ ଗରିବ ଲୋକଙ୍କୁ ଭୋଜନ କରାନ୍ତୁ । ଏଭଳି କରିବା ଦ୍ୱାରା ପ୍ରସନ୍ନ ହେବେ ଶନିଦେବ ।