ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକ ଘରୁ ବାହାରକୁ ବାହାରିଲା ବେଳେ ଶୁଭ ଓ ଅଶୁଭ ପ୍ରତି ଧ୍ୟାନ ରଖିଥାନ୍ତି । ଯାହାଫଳରେ ତାଙ୍କର କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନ ହେଉ । ଧର୍ମରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ସର୍ବଦା ଛୋଟ ମୋଟ କଥାକୁ ମହତ୍ୱ ଦେଇଥାନ୍ତି । ଯେପରିକି ଘରୁ ବାହାରିଲା ବେଳେ କୌଣସି ପଶୁ ରାସ୍ତା ନକାଟୁ । କିଛି ଲୋକ ଅଛନ୍ତି କଳା ବିଲେଇକୁ ଅଶୁଭ ମାନିଥାନ୍ତି ତ ଆଉ କିଛି ଲୋକ ଗାଈକୁ ଶୁଭ ମାନିଥାନ୍ତି । ସେହିଭଳି ଶନିବାରକୁ ନେଇ କିଛି ମାନ୍ୟତା ରହିଛି, ଆଜି ଆମେ ଆପଣଙ୍କୁ ସେ ବିଷୟରେ ଅବଗତ କରାଇବୁ । ପ୍ରତ୍ୟେକ ଲୋକ ଶନିଙ୍କ ପ୍ରକୋପକୁ ଭୟ କରିଥାନ୍ତି । କିନ୍ତୁ ଯଦି ଶନିବାର ଦିନ ଆପଣଙ୍କୁ ଏହି ତିନୋଟି ଜିନିଷ ଦେଖିବାକୁ ମିଳୁଛି ତାହାର ଅର୍ଥ ଆପଣଙ୍କ ଦିନଟି ଶୁଭରେ କଟିବ ।
କଳାକୁକୁର: ଯଦି ଆପଣ ଘରୁ ବାହାରିଲା ବେଳେ କଳାକୁକୁର ଦେଖୁଛନ୍ତି, ତେବେ ଆପଣ ଭୟ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ । କଳାକୁକୁର ଶନିଦେବଙ୍କ ପ୍ରିୟ ଅଟେ । ଧର୍ମଅନୁଯାୟୀ କଳାକୁକୁରକୁ ରୁଟି ଖାଇବାକୁ ଦେଲେ ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।
ସଫେଇ କର୍ମଚାରୀ: ଅନେକ ସମୟରେ ଘରୁ ବାହାରିଲା ବେେଳେ ସଫେଇ କର୍ମୀ ଝାଡୁ ମାରୁଥିବାର ଦେଖିଥିବେ । ଏହାକୁ ଦେଖିଲା ପରେ ଲୋକଙ୍କ ମନରେ ଅଶୁଭ ଚିନ୍ତା ଆସିଥାଏ । ଯଦି ଆପଣଙ୍କ ଦିନଟି ଭଲରେ କାଟିବାକୁ ଚାହୁଁଛନ୍ତି, ତେବେ ସେହି ସଫେଇ କର୍ମୀଙ୍କୁ କିଛି ଦାନ ଦିଅନ୍ତୁ, ଏହାଦ୍ୱାରା ଶୁଭ ହୋଇଥାଏ ।
ଭିକାରୀ: ଯଦି ଆପଣଙ୍କ ଘର ସାମ୍ନାରେ କୌଣସି ଭିକାରୀକୁ ଦେଖିବାକୁ ପାଉଛନ୍ତି, ତେବେ ତାଙ୍କୁ ଅଣଦେଖା କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇପାରେ । ଏହି ଭକାରୀକୁ କିଛି ଦାନ ଦେବା ଫଳରେ ଶନିଦେବ ଆପଣଙ୍କୁ କୃପା କରିଥାନ୍ତି । ଯଦି ଆପଣ ଏହି ସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଶନିଦେବ ଆପଣଙ୍କ ଉପରେ ପ୍ରଶନ୍ନ ହେବେ ।