ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଦୀପଦାନ କଥା ଆପଣମାନେ ନିଶ୍ଚିତ ଶୁଣିଥିବେ । କିନ୍ତୁ ବାସ୍ତବରେ ଦୀପଦାନ କଣ,ଏହା କିଭଳି କରାଯାଇଥାଏ, ଏହାକୁ କରିବାର ଫାଇଦା, ଏହାକୁ କେଉଁଠି କରାଯାଏ । ଏସବୁ ବିଷୟରେ କିଛି ଲୋକ ଅଜଣା ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..
ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ର ଅନୁସାରେ ଦୀପ ଦାନ କରିବା ଦୀପ ଜାଳି ତାକୁ ଉଚିତ୍ ସ୍ଥାନରେ ରଖିବାକୁ ହିଁ ଦୀପଦାନ ବୋଲି କୁହାଯାଇଥାଏ । ଦୀପ ଜାଳି ତାକୁ ଦେବସ୍ଥାନରେ ରଖିକି ଆସିବା ବା ନଦୀରେ ପ୍ରଭାହିତ କରିବାକୁ ଦୀପଦାନ କୁହାଯାଇଥାଏ । କୁହାଯାଏ କି ଏହା ଭଗବାନ ସମକ୍ଷ ନବେଦନ ପ୍ରକଟ କରିବାର ଧାର୍ମିକ ଉପାୟ ।
ଧାର୍ମିକ ମାନ୍ୟତାନୁସାରେ ଦୀପଦାନ ସର୍ବଦା ଦେବ ମନ୍ଦିରରେ କରିବା ଉଚିତ୍ । ବିଦ୍ୱାନ ବ୍ରାହ୍ମଣଙ୍କ ଘରେ ମଧ୍ୟ ଦୀପଦାନ କରାଯାଇଥାଏ । ଏହାବ୍ୟତିତ ନଦୀରେ ମଧ୍ୟ ଦୀପଦାନ କରାଯାଇଥାଏ । ଆପଣ ମାଟି ଦୀପରେ ତେଲ ପକାଇ ବା ଆଟାରେ ଦୀପ କରି ସେଥିରେ ତେଲ ପକାଇ ଦେବସ୍ଥାନରେ ଦୀପ ଜାଳି ଆସିପାରିବେ । କିନ୍ତୁ ଧ୍ୟାନରେ ରଖିଥିବେ କି ଦୀପକୁ ଯେପରି ଭୂମି ଉପରେ ନରଖନ୍ତି । କାରଣ ଏହାଦ୍ୱାରା ଭୂମିକୁ ଆଘାତ ଲାଗିଥାଏ । ସେଥିପାଇଁ ଚାଉଳ ଉପରେ ଦୀପ ରଖିବା ଉଚିତ୍ ।