ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ପ୍ରତ୍ୟେକ ଘରେ ହୋମ ପୂଜା କରାଯାଇଥାଏ । କୁହାଯାଏ ଘରେ ହୋମ କରିବା ଦ୍ୱାରା କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରନ୍ତି ନାହିଁ । ଏହାସହିତ ଘରେ ସୁଖ ଶାନ୍ତି ବଳବତ୍ତର ରୁହେ । ଆପଣମାନେ ଦେଖିଥିବେ କି ହୋମ ସମୟରେ ନିଆଁରେ ଫଳ, ମହୁ, ଘିଅ, କାଠ ଇତ୍ୟାଦି ପଦାର୍ଥର ଆହୁତି ଦିଆଯାଇଥାଏ ।
ହୋମ ଦ୍ୱାରା ସୁଦ୍ଧିକରଣ ହୋଇଥାଏ । ମାତ୍ର ହୋମ ରେ ଆହୁତି ଦେବା ବେଳେ କିଛି ଜିନିଷ ତଳେ ପଡିଯାଇଥାଏ, ସେହି ଜିନିଷକୁ କିଛି ଲୋକ ଉଠାଇ ପୁର୍ନବାର ହୋମ ନିଆଁରେ ପକାଇ ଦେଇଥାନ୍ତି । ଯଦି ଆପଣ ଏଭଳି କରୁଛନ୍ତି ତେବେ ଏହା ଭୁଲ୍ ଅଟେ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ହୋମ ସହ ଜଡିତ କିଛି ଖାସ୍ ତଥ୍ୟ । ଯାହାକୁ ବିଶେଷ ଧ୍ୟାନ ଦେବା ଉଚିତ୍ । ଏହି ସମୟରେ ଆପଣ ପଣ୍ଡିତଙ୍କ ଆଜ୍ଞା ପାଳନ କରିବା ସହ ଆହୁତିରେ ସାମଗ୍ରୀ ପକାଇବେଳେ ଗୁରୁଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ । ଏହାବ୍ୟତୀତ ସବୁଠାରୁ ବଡ କଥା ହେଉଛି ହୋମ କୁଣ୍ଡଟି ଯେପରି ଶାସ୍ତ୍ର ଅନୁଯାୟୀ ତିଆରି କରାଯିବା ଉଚିତ୍ ।
ହୋମରେ ଯଦି ସାମଗ୍ରୀ ଅଧିକ କି କମ୍ ହୁଏ ତେବେ ଏହାଦ୍ୱାରା ରୋଗ, ଶୋକ ଆଦି ବିଘ୍ନ ଆସିପାରେ । ହୋମ ସମୟରେ ବିଶ୍ୱାସ ରଖନ୍ତୁ କି ଯାହା ବି ହେବ ଗୁରୁଙ୍କ ଆଜ୍ଞାରୁ ହିଁ ହେବ ।