ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତ ତାର ଭିନ୍ନ ଭିନ୍ନ ପରମ୍ପରାକୁ ନେଇ ସାରା ଦୁନିଆରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛି । ରାଜ୍ୟ ଅନୁସାରେ ପରମ୍ପରା ମାନ ବଦଳି ଥାଏ । ଖାସ୍ କରି ବାହାଘର କଥା କହିଲେ ଅଲଗା ଅଲଗା ଧର୍ମର ଲୋକେ ତାଙ୍କ ପରମ୍ପରା ଅନୁଯାୟୀ ବିବାହ କରିଥାନ୍ତି । ଯେଉଁଥିରେ ଅନେକ ରଶମ ଅଛି ଯାହା ଖୁବ୍ ଖାସ୍ ହୋଇଥାଏ । କିନ୍ତୁ ଅନେକ ଲୋକ ଏ ବିଷୟରେ ଅଜଣା ଥାନ୍ତି ।
ହିନ୍ଦୁ ଧର୍ମରେ ‘କନ୍ୟାଦାନ’ ରଶମ ଖୁବ୍ ଖାସ୍ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘କନ୍ୟାଦାନ’ର କାରଣ ଜଣାନଥାଏ ।
ସବୁଠାରୁ ବଡ ଦାନ ହେଉଛି ‘କନ୍ୟାଦାନ’ । ମାତା-ପିତା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନଙ୍କୁ ଜୀବନରେ କନ୍ୟାଦାନ କରିବାର ମଉକା ମିଳିଥାଏ । ଏହାସହିତ କନ୍ୟାଦାନ କରିଥିବା ଦମ୍ପତିଙ୍କୁ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
ସ୍ପଳ୍ପ ଶବ୍ଧରେ କନ୍ୟାଦାନ ଅର୍ଥକୁ ବୁଝିବାକୁ ହେଲେ ବାହାଘରରେ ପିତା ନିଜ କନ୍ୟାର ହାତ ବର ହାତରେ ଦେଇଥାନ୍ତି । ଏହି ମୁହୂର୍ତ୍ତରେ ପିତାଙ୍କ ଆଖିରୁ ଲୁହ ଆସିଯାଇଥାଏ । ଏହାପରେ କନ୍ୟାର ସମସ୍ତ ଦାୟିତ୍ୱ ବରକୁ ତୁଲାଇବାକୁ ପଡେ । କନ୍ୟାଦାନ ପରେ ହିଁ ବିବାହ ସମ୍ପନ୍ନ ହେବା ସହ ଝିଅ ବାପ ଘରର ସମସ୍ତ ମୋହ ମାୟାଠୁ ଅଲଗା ହୋଇ ନିଜ ସ୍ୱାମୀର ହୋଇଯାଏ ।
ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁସାରେ , ବରକୁ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ମନା ଯାଇଥାଏ । ବାହାଘରରେ ବର ଜଣଙ୍କ କନ୍ୟା ପିତାଙ୍କ ସମସ୍ତ କଥା ମାନି ଭରଷା ଦେଇଥାନ୍ତି କି ତାଙ୍କ ଝିଅର ସମସ୍ତ ଦାୟିତ୍ୱ ଏବେ ନିଜ ଉପରେ । ସୁଖ ଏବଂ ଦୁଃଖ ସବୁଥିରେ ସେ ଝିଅର ସାଥ୍ ଦେବେ ।