ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜନ୍ମ ଜାତକରେ ଯଦି ସୂର୍ଯର୍୍ୟଙ୍କ ଉପରେ ରାହୁ-କେତୁଙ୍କ ଦୃଷ୍ଟି ଥାଏ ତେବେ ଏହା ଦ୍ୱାରା ପିତୃଦୋଷ ରହିଥାଏ । ଏହି ସ୍ଥିତିରେ ଜାତକର ସଂସାରିକ ଜୀବନ ଏବଂ ଆଧ୍ୟାତ୍ମିକ ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ ।
ଜ୍ୟୋତିଷ ଏବଂ ପୁରାଣରେ ବି ପିତୃ ଦୋଷର ଭିନ୍ନ ଭିନ୍ନ ଧାରଣା ରହିଛି । କିନ୍ତୁ ଏହା ପୂର୍ବପୁରୁଷ ଏବଂ କୂଳ ପରିବାରର ବ୍ୟକ୍ତିଙ୍କ ସହ ଜଡିତ ଦୋଷ । ଯେଉଁ ପର୍ଯ୍ୟନ୍ତ ଏହି ଦୋଷର ନିବାରଣ କରାଯିବ ନାହିଁ ସେପର୍ଯ୍ୟନ୍ତ ଏହା ଦୂର ହେବ ନାହିଁ । ଏହି ଦୋଷ ଗୋଟେ ପିଢୀରୁ ଅନ୍ୟ ଏକ ପିଢୀକୁ ଯାଇଥାଏ । ଯଦି ପିତାଙ୍କ ଜାତକରେ ପିତୃଦୋଷ ଥିବ କିନ୍ତୁ ଏହାର ନିବାରଣ କରାଯାଇନଥିବ, ତେବେ ସନ୍ତାନର ଜାତକରେ ବି ଏହି ଦୋଷ ଦେଖା ଯାଇଥାଏ ।
ପରିବାରର ଯେକୌଣସି ପୂର୍ବଜଙ୍କର ମୃତ୍ୟୁ ହେବା ପରେ ସଠିକ୍ ଭାବେ ଅନ୍ତିମ ସଂସ୍କାର ନକଲେ ଜିବୀତ ଆସ୍ଥାରେ ତାଙ୍କର ଅନେକ ଇଛା ଅଧୁରା ରହିଯାଇଥାଏ । ତାଙ୍କ ଆତ୍ମା ଘର ଏବଂ ଆଗାମୀ ପିଢୀଙ୍କ ମଧ୍ୟରେ ଘୁରିବୁଲୁଥାଏ । ମୃତ୍ୟୁ ପୂର୍ବଜଙ୍କ ଆତ୍ମା ହିଁ ପରିବାର ଲୋକଙ୍କୁ କଷ୍ଟ ଦେଇ ସେମାନଙ୍କ ଇଛା ପୂରଣ କରିବାରେ ପ୍ରଭାବ ପକାଇଥାନ୍ତି । ଏହି କଷ୍ଟ ପିତୃଦୋଷ ରୂପରେ ଜାତକରେ ଦେଖାଯାଇଥାଏ ।
ପତୃ ଦୋଷ ଯୋଗୁଁ ବ୍ୟକ୍ତିଙ୍କୁ ଅନେକ କଷ୍ଟ ସହିବାକୁ ପଡେ । ଯେପରିକି ବାହାଘର ନହେବା, ବୈବାହିକ ଜୀବନରେ କଳହ, ପରିକ୍ଷାରେ ବାରମ୍ବାର ଅସଫଳ ହେବା, ନିଶା ଶକ୍ତ ରହିବା, ସ୍ଥାୟୀ ଚାକିରି ନହେବା, ଗର୍ଭଧାରଣ ସମସ୍ୟା, ଛୋଟ ପିଲାଙ୍କ ଅକାଳ ମୃତ୍ୟୁ, ନିଷ୍ପତି ନେଇନପାରିବା, ଅତ୍ୟଧିକ କ୍ରୋଧିତ ହେବା ଆଦି ପିତୃ ଦୋଷର କାରଣ ହୋଇଥାଏ । ଯଦି ଆପଣ ବି ଏଭଳି ସ୍ଥିତି ସମୁଖୀନ ହେଉଛନ୍ତି ତେବେ କୌଣସି ଜ୍ୟୋତିକୁ ଜାତକ ଦେଖାଇ ଏହାର ଉପାୟ କରି ପାରିବେ ।
ପିତୃ ଦୋଷରୁ ମୁକ୍ତି ପାଇବାର ସରଳ ଉପାୟ:
- ପ୍ରତିଦିନ ହନୁାମନ ଚାଳିଶା ପଢନ୍ତୁ । ପ୍ରତ୍ୟେକ ଚର୍ତ୍ତୁଦର୍ଶୀ, ଅମାବାସ୍ୟା ଏବଂ ପୂର୍ଣ୍ଣିମା ତଥା ପିତୃପକ୍ଷରେ ଶ୍ରାଦ୍ଧ ଦିଅନ୍ତୁ ।
- ଶୁକ୍ଳପକ୍ଷ ପ୍ରଥମ ଶନିବାର ସନ୍ଧ୍ୟା ସମୟରେ ନଡିଆକୁ ନିଜ ଉପରେ ସାତଥର ବୁଲାଇ ନଦୀରେ ଭସାଇ ଦିଅନ୍ତୁ । ଏହାସହିତ ପୂର୍ବପୁରୁଷଙ୍କୁ କ୍ଷମାପ୍ରର୍ଥନା କରନ୍ତୁ ।
- ଗୁରୁବାର ଦିନ ସନ୍ଧ୍ୟା ସମୟରେ ବର ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ ସାତଥର ପରିକ୍ରମା କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ ।
- ଯଦି କୌଣସି ବ୍ୟକ୍ତି ପିତୃ ଦୋଷରେ ପିଡୀତ ଅଛନ୍ତି ତେବେ ସେମାନେ ତାଙ୍କ ପୂର୍ବପୁରୁଷଙ୍କର ଶ୍ରାଦ୍ଧ କର୍ମ ସମ୍ପନ୍ନ କରନ୍ତୁ ।
- ନିଜ ଭୋଜନ ଥାଳିରୁ ପ୍ରତିଦିନ ଗାଇ ଏବଂ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । ଏହାସହିତ କୂଳ ଦେବତାଙ୍କ ପୂଜା ନିଶ୍ଚିତ ଭାବେ କରନ୍ତୁ ।
- ରବିବାର ଦିନ ବିଶେଷ କରି ଗାଇକୁ ଗୁଡ ଖୁଆଇବା ସହ ନିଜେ ଘରୁ ଘରୁ ବାହାରକୁ ବାହାରିଲା ବେଳେ ଗୁଡ ଖାଇ ବାହାରନ୍ତୁ । ସମ୍ଭବ ହେଲେ ଭାଗବତ ଗୀତା ପାଠ କରନ୍ତୁ ।