ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପେଚା’, ମା’ ଲକ୍ଷ୍ମୀଙ୍କ ବାହନ ବୋଲି ଆପଣମାନେ ଶାସ୍ତ୍ର ଏବଂ ପୁରାଣରେ ନିଶ୍ଚିତ ରୂପେ ପଢିଥିବେ । ସେଥିପାଇଁ ମା’ ଲକ୍ଷ୍ମୀ ରାତ୍ରି ସମୟରେ ଭ୍ରମଣରେ ବାହାରି ଥାନ୍ତି । ପୁରାତନ କାଳରୁ ବିଶ୍ୱାସ ରହିଛି କି ପୂରା ବର୍ଷକ ମଧ୍ୟରେ କିଛି ଖାସ୍ ରାତି ଆସିଥାଏ । ଯେତେବେଳେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରି ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି । ସେହି ରାତି ମଧ୍ୟରୁ ଦୁଇଟି ରାତିର ଖୁବ୍ ମହତ୍ୱ ରହିଛି । ସେଥିରୁ ଗୋଟେ ରାତି ହେଉଛି ଦୀପାବଳୀ ଏବଂ ଅନ୍ୟ ରାତ୍ରି ହେଉଛି ଶରଦ ପୂର୍ଣ୍ଣିମା ।
ଶାସ୍ତ୍ରରେ ଲିଖିତ ଅଛି କି ଧନ ପ୍ରାପ୍ତି ପାଇଁ ଇଛା ରଖୁଥିବା ବ୍ୟକ୍ତିଙ୍କ ପାଇଁ ଦୀପାବଳୀ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ହେଉଛି ଶରଦ ପୂର୍ଣ୍ଣିମା । ଏହି ରାତ୍ରିରେ ଯେଉଁ ବ୍ୟକ୍ତି ଜାଗରଣ କରି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ସେହି ବ୍ୟକ୍ତିଙ୍କ ଘର ଧନ-ଧାନ୍ୟରେ ପରିପୂର୍ଣ୍ଣ କରି ଦେଇଥାନ୍ତି ମା ଲକ୍ଷ୍ମୀ ।
ଏହି ରାତିର ବିଶେଷ ମହତ୍ୱ ହେଉଛି ରାଧା ରୂପ ଧାରଣ କରି ମା ଲକ୍ଷ୍ମୀ ଏବଂ କୃଷ୍ଣ ରୂପ ଧାରଣ କରି ଭଗବାନ ବିଷ୍ଣୁ ମହାରାସ କରିଥିଲେ । ସେଥିପାଇଁ ଏହି ରାତ୍ରି ରାଧା ଏବଂ କୃଷ୍ଣଙ୍କର ଅତିପ୍ରିୟ ରାତ୍ରି ।ଏହାବ୍ୟତିତ ଶରଦ ପୂର୍ଣ୍ଣିମା ରାତ୍ରିରେ ଚନ୍ଦ୍ରମା ଖୁବ୍ ସୁନ୍ଦର ନଜର ଆସିଥାନ୍ତି । ଏହି ରାତ୍ରିରେ ଅମୃତ ବର୍ଷା କରାଇଥାନ୍ତି ଚନ୍ଦ୍ରମା । ସେଥିପାଇଁ ରାତିରେ ଖିରୀ ତିଆରି କରି ବାହାରେ ଖୋଲାରେ ରଖାଯାଇଥାଏ । ଯାହାଫଳରେ ଚନ୍ଦ୍ରମାଙ୍କ ଛାଇ ସେହି ଖିରୀରେ ପଡିଥାଏ ଏବଂ ସେହି ଖିରୀ କୁ ପ୍ରସାଦ ରୁପେ ସକାଳୁ ସେବନ କରାଯାଏ । କୁହାଯାଏ କି ଏହି ପ୍ରସାଦ ସେବନ କରିବା ଦ୍ୱାରା ବ୍ୟକ୍ତି ରୋଗ ମୁକ୍ତ ହେବା ସହିତ ଦୀର୍ଘାୟୁ ହୋଇଥାନ୍ତି ।