ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆସନ୍ତୁ ଜାଣିବା ଶ୍ରାବଣ ସୋମବାରର କିଛି ଖାସ୍ କଥା ।
ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଭଗବାନ ଆଶୁତୋଷଙ୍କୁ ଗଙ୍ଗାଜଳ ଏବଂ ପଞ୍ଚାମୃତରେ କରିବା ଦ୍ୱାରା ଶୀଥିଳତା ମିଳିଥାଏ । କୁହାଯାଏ କି ଭଗବାନ ପର୍ଶୁର୍ରାମଙ୍କ ଯୋଗୁଁ ଶ୍ରାବଣ ମାସରେ ଶିବଙ୍କ ବ୍ରତ ଏବଂ ପୂଜାର ପ୍ରାରମ୍ଭ ହୋଇଥିଲା ।
ଶ୍ରାବଣ ମାସରେ ସୋମବାର ଦିନକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ମାସରେ ସୋମବାର ବ୍ରତ ରଖିବା ନିହାତି ଜରୁରୀ ।
ଶିବପୁରାଣ ଅନୁଯାୟୀ ଏହିଦିନଠୁ ଆପଣ ୧୬ ସୋମବାର ବ୍ରତ ରଖିପାରିବେ । ଏହି ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ସେହିପରି ଏହି ମାସରେ ଭୋଳାଶଙ୍କରଙ୍କୁ ବେଲପତ୍ରରେ ପୂଜା କରିବା ଶ୍ରେଷ୍ଠ ଏବଂ ଫଳଦାୟୀ ହୋଇଥାଏ ।
ଏହି ମାସରେ ଭଗବାନ ଶିବଙ୍କ ଲିଙ୍ଗ ଦର୍ଶନ ବା ଜଳାଭିଶେକ କରିବା ଅଶ୍ୱମେଘ ଯଜ୍ଞ ସମାନର ଫଳ ପ୍ରାପ୍ତ ହୋଇଥାଏ ।
ଏହଦିନ ମଥାରେ ଭସ୍ମ ତିଳକ ଲଗାନ୍ତୁ । ସୋମବାର ଦିନ କୌଣସି ସାଧନାର ଶୁଭାରମ୍ଭ କରିପାରିବେ ।