ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୀର ଯବାନଙ୍କ ପରାକ୍ରମକୁ ଆଜି ମନେପକାଉଛି ସାରା ଦେଶ । ମନେ ପକାଉଛି ସେହି ବୀର ଯବାନଙ୍କ ବୀରତ୍ୱକୁ । ପାକିସ୍ତାନ ଯୋଜନାକୁ ପଣ୍ଡ କରି ବିଜୟ ହୋଇଥିଲେ ଭାରତୀୟ ସେନା । କାର୍ଗିଲରେ ଉଡିଥିଲା ବିଜୟ ତ୍ରିରଙ୍ଗା । ସେଦିନର ବିଜୟକୁ ମନେ ପକାଇ ଆଜି ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ ।
ଏହି ଅବସରରେ ବୀର ଯବାନଙ୍କ ବଳିଦାନ ଏବଂ ବୀରତ୍ୱକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ତାଙ୍କ ବଳିଦାନକୁ ମନେ ପକାଉ, ଆମେ ତାଙ୍କ ବୀରତ୍ୱକୁ ମନେ ପକାଉ । ଆଜି କାର୍ଗିର୍ଲ ଦିବସ ଅବସରରେ ଆମେ ସେହିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛୁ ଯେଉଁମାନେ ଆମ ଦେଶକୁ ରକ୍ଷା କରିବାକୁ ଯାଇ କାର୍ଗିର୍ଲରେ ପ୍ରାଣ ତ୍ୟାଗ କରିଥିଲେ । ସେମାନଙ୍କ ସାହସିକତା ଆମକୁ ପ୍ରତ୍ୟେକ ଦିନ ପ୍ରେରଣା ଯୋଗାଏ ।