ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜାକୁ ବିଶେଷ ମହତ୍ୱ ଦିଆଯାଇଥାଏ । ପ୍ରତ୍ୟେକ ପୂଜାରେ ନଡିଆ ବ୍ୟବହାର କରାଯାଏ । ଏବଂ ପୂଜାରେ ଏହାର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । କିନ୍ତୁ ପୂଜାରେ ମହିଳାମାନଙ୍କୁ ନଡିଆ ଭାଙ୍ଗିବାର ଅଧିକାର ନାହିଁ ।
ଆପଣମାନେ ସର୍ବଦା ଦେଖିଥିବେ ମନ୍ଦିରରେ ନଡିଆକୁ ପଣ୍ଡିତ କିମ୍ବା କୌଣସି ପୁରୁଷ ଭାଙ୍ଗୁଥିବାର । ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ନଡିଆ ଭାଙ୍ଗିବାର ଅଧିକାର ଦିଆଯାଇନାହିଁ । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ମହିଳାଙ୍କୁ ଲକ୍ଷ୍ମୀଙ୍କ ଆକ୍ଷା ଦିଆଯିବା ପରେ ମଧ୍ୟ କାହିଁକି ନଡିଆ ଭାଙ୍ଗିବାର ଅଧିକାର ଦିଆଯାଇ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର କାରଣ ।
ବ୍ର୍ରହ୍ମ ଋଷି ବିଶ୍ୱାମିତ୍ର ବ୍ରହ୍ମାଣ୍ଡର ସୃଷ୍ଟି କରିବା ପୂର୍ବରୁ ନଡିଆ ସୃଷ୍ଟି କରିଥିଲେ । ଏହାକୁ ମାନବର ପ୍ରତିରୂପ ବୋଲି କୁହାଯାଉଥିଲା । ନଡିଆକୁ ବିଜ ବୋଲି କୁହାଯାଇଥାଏ । ମହିଳାଙ୍କ ବିଜରୁ ଶିଶୁ ଜନ୍ମ ହୋଇଥାନ୍ତି । ସେଥିପାଇଁ ମହିଳାମାନେ ନଡିଆ ଭାଙ୍ଗିବା ଅଶୁଭ ବୋଲି ବିଶ୍ୱାସ ରହିଛି ।