ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ୍ ଶ୍ରୀକୃଷ୍ଣଙ୍କ ବିଷୟରେ ଅନେକ କଥା ରହିଛି ଯାହା ହୁଏତ ଆପଣ ଶୁଣିଥିବେ ବା ପଢିଥିବେ । ଇତି ମଧ୍ୟରେ ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ସେହି ଅବତାର ବିଷୟରେ କହିବାକୁ ଯାଉଛୁ ଯେତେବେଳେ ତାଙ୍କୁ ଦୁଇଥର କିନ୍ନର ହେବାକୁ ପଡିଥିଲା । ଆଜ୍ଞା ହଁ ପ୍ରଥମ ଥର ଶ୍ରୀକୃଷ୍ଣଙ୍କୁ ପ୍ରେମ ପାଇଁ ବାଧ୍ୟବସତଃ କିନ୍ନର ହେବାକୁ ପଡିଥିଲା, ସେହିପରି ଦ୍ୱିତୀୟ ଥର ଧର୍ମ ପାଇଁ କିନ୍ନର ହୋଇଥିଲେ ଭଗବାନ ଶ୍ରିକୃଷ୍ଣ ।
ରାଧାଙ୍କ ପାଇଁ : ଗୋଟେ ଥର ଦେବୀ ରାଧା ନିଜ ଉପରେ ମାନ କରି ବସିଥିଲେ । ତାଙ୍କୁ ବୁଝାଇବା ପାଇଁ ସଖୀମାନେ ଅନେକ ପ୍ରୟାସ କରିଥିଲେ କିନ୍ତୁ ରାଧାଙ୍କ ମାନ କମ ହୋଇନଥିଲା । ସଖୀମାନେ ରାଧାଙ୍କୁ ଯେତିକି ବୁଝାଉଥାନ୍ତି ରାଧାଙ୍କ ମାନ ସେତିକି ବଢି ବଢି ଯାଉଥିଲା । ସେତେବେଳେ ରାଧାଙ୍କୁ ଦେଖା କରିବା ପାଇଁ ଶ୍ରୀକୃଷ୍ଣ ଚାହୁଁଥିଲେ, କିନ୍ତୁ ଦେଖାହୋଇ ପାରୁନଥିଲା । ଇତି ମଧ୍ୟରେ ସଖୀଙ୍କ ପରାମର୍ଶ କ୍ରମେ ଶ୍ରୀକୃଷ୍ଣ ନିଜକୁ କିନ୍ନର ବେଶରେ ସଜାଇବା ସହ ତାଙ୍କ ନାଁ ରଖିଥିଲେ ଶ୍ୟାମରି ସଖୀ । ଯେତେବେଳେ ଶ୍ୟାମରି ସଖୀ ବୀଣା ବଜାଇ ରାଧାଙ୍କ ଘର ପାଖକୁ ଆସିଲେ, ସେହି ସମୟରେ ରାଧା ବୀଣା ସ୍ୱରରେ ବିମୋହିତ ହୋଇ ଘର ବାହାରକୁ ଆସି ଶ୍ୟାମରୀ ସଖୀର ଅଦ୍ଧୃତ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେହି ସଖୀକୁ ରାଧା ନିଜ ବେକର ହାର ଉପହାର ସ୍ୱରୂପ ଦେବାକୁ ଚାହୁଁଥିଲେ ସେହି ସମୟରେ ସଖୀ ବେଶରେ ଥିବା ଶ୍ରୀକୃଷ୍ଣ କହିଥିଲେ, ଯଦି ଆପଣଙ୍କୁ କିଛି ଦେବାର ଅଛି ତେବେ ମାନରୂପ ରତ୍ନ ଦିଅନ୍ତୁ । ଏହି ହାର ମୋର ଆବଶ୍ୟକ ନାହିଁ । ଏତିକିରେ ରାଧା ବୁଝି ଯାଇଥିଲେ କି ଏହି ଶ୍ୟାମରୀ ସଖୀ ଆଉ କେହି ନୁହନ୍ତି ବରଂ ନିଜେ ଶ୍ୟାମ । ଏହାପରେ ରାଧାଙ୍କ ମାନ ସମାପ୍ତ ହୋଇଥିଲା ଏବଂ ରାଧା କୃଷ୍ଣଙ୍କ ମିଳନ ହୋଇଥିଲା ।
ଧର୍ମ ପାଇଁ:- ମହାଭାରତ ଯୁଦ୍ଧ ସମୟରେ ପାଣ୍ଡବଙ୍କ ବିଜୟ ପାଇଁ ରଣଚଣ୍ଡିଙ୍କୁ ପ୍ରସନ୍ନ କରିବାର ଥିଲା । ସେଥିପାଇଁ ରାଜକୁମାର ବଳିପଡିଥାନ୍ତେ । ଇତିମଧ୍ୟରେ ଅର୍ଜ୍ଜୁନଙ୍କ ପୁତ୍ର ଇରାବନ ନିଜର ବଳିଦେବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ଏଥିପାଇଁ ଇରାବନ ଏକ ସର୍ତ୍ତମଧ୍ୟ ରଖିଥିଲେ । ସର୍ତ୍ତ ଅନୁଯାୟୀ ସେ ଗୋଟେ ରାତି ପାଇଁ ବିବାହ କରିବାକୁ ଚାହୁଁଥିଲେ । ମାତ୍ର ଏଥିପାଇଁ ଗୋଟେ କନ୍ୟା କିଭଳି ପ୍ରସ୍ତୁତ ହେବ ଏହା ସବୁଠାରୁ ବଡ ଚିନ୍ତାର ବିଷୟ ଥିଲା । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ମହାଭାରତର ଧର୍ମ ଯୁଦ୍ଧରେ ପାଣ୍ଡବଙ୍କୁ ବିଜୟ କରିବା ପାଇଁ ସ୍ୱୟଂ କିନ୍ନର ରୂପ ଧାରଣ କରିଥିଲେ । ଏହାପରେ ଇରାବନକୁ ବିବାହ କରିଥିଲେ । ଏହାର ଗୋଟେ ଦିନ ପରେ ଇରାବନକୁ ବଳିଦିଆଯାଇଥିଲା ।