ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ପତିତପାବନ ବାନାର ଦର ବୃଦ୍ଧି ହୋଇଛି । ୧୦୦ ଟଙ୍କା ବଢିଛି ବାନାର ଦର । ଏବେ ଭକ୍ତଙ୍କୁ ନୀଳଚକ୍ରର ଉଲାଗି ବାନା ପାଇଁ ୩୦୦ ଟଙ୍କା ଦେବାକୁ ପଡିବ । ପୂର୍ବରୁ ୨୦୦ ଟଙ୍କାରେ ବାନା କିଣୁଥିଲେ ଭକ୍ତ । ଏପ୍ରିଲ ୧ ରୁ ବର୍ଦ୍ଧିତ ଦର ଧାର୍ଯ୍ୟ କରାଯାଇଛି ।
ଦୀର୍ଘ ୧୦ ବର୍ଷ ପରେ ପତିତପାବନ ବାନାର ଦର ବୃଦ୍ଧି କରାଯାଇଛି । ଅର୍ଥ ସବକମିଟିର ନିଷ୍ପତିକୁ ଶ୍ରୀମନ୍ଦିର କରିଚାଳନା କମିଟି ଅନୁମୋଦନ ଦେବା ପରେ ଏହି ବର୍ଦ୍ଧିତ ଦର ଧାର୍ଯ୍ୟ ହୋଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ।