ପୁରୀ (ଏଟିଆର ବ୍ୟୁରୋ): ନିଳାଦ୍ରୀବିଜେଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ବନ୍ଦ ଥିବା ବେଳେ ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନିର୍ଦ୍ଦେଶ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଆଲର୍ଟ କରାଯାଇଛି ।
ଦୀର୍ଘ ବର୍ଷ ହେବ ବୁଧବାର ହୋଇ ଆସୁଛି ବନକଲାଗି ନୀତି । ନୀଳାଦ୍ରୀବିଜେ ପରଠୁ ବନକଲାଗି ନୀତି ନହେବାରୁ ୧୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବନକଲାଗି ପାଇଁ ବୂଧବାର ଉପଯୁକ୍ତ ଦିନ ବୋଲି ନିର୍ଦ୍ଧାରଣ ହୋଇଥିଲା କିନ୍ତୁ ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ଗୁରୁବାର ବନକଲାଗି ନୀତି କରିବାକୁ ଜିଦ୍ ଧରି ବସିଛନ୍ତି ଦତ୍ତମହାପାତ୍ର ସେବାୟତ ।