ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଏହି ଅବସରରେ ଦେଶରେ ଥିବା ୧୨ ଟି ଜ୍ୟୋର୍ତିଲିଙ୍ଗରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ସେହିପରି ଦେଶର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ କାଶି ବିଶ୍ୱନାଥ ଙ୍କ ମଙ୍ଗଳା ଆରତୀ ସର୍ବତା ଚର୍ଚ୍ଚିତ ଥାଏ । ସେଥିପାଇଁ ପ୍ରତ୍ୟେକ ଶ୍ରାବଣ ମାସରେ ଭକ୍ତ କାଶି ବିଶ୍ୱନାଥଙ୍କ ମଙ୍ଗଳା ଆରତୀ ପାଇଁ କାମନା କରିଥାନ୍ତି । ଏହି କାରଣ ପାଇଁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ବହୁତ ମାତ୍ରାରେ ଶ୍ରାଦ୍ଧାଳୁ କାଶି ବିଶ୍ୱନାଥଙ୍କ ଆଳତୀରେ ସାମିଲ ହୋଇଥାନ୍ତି । ଚଳିତବର୍ଷ ମଧ୍ୟ କାଶି ବିଶ୍ୱନାଥରେ ଭକ୍ତଙ୍କ ସମାଗମ ରହିବ । କିନ୍ତୁ ଚଳିତବର୍ଷର ବାବାଙ୍କର ମଙ୍ଗଳା ଆରତୀରେ ସାମିଲ ହେବା ପାଇଁ ଭକ୍ତଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିବ । ଗତବର୍ଷ ତୁଳନାରେ ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳା ଆରତୀ ପାଇଁ ଦାମ୍ ରେ ବୃଦ୍ଧି କରାଯାଇଛି । କୁହାଯାଉଛି କି ଶ୍ରାବଣ ସୋମବାରେ ବାବାଙ୍କ ଆରତୀରେ ସାମିଲ ହେବାକୁ ହେଲେ ଭକ୍ତଙ୍କୁ ୧୫୦୦ ଟଙ୍କା ଦେବାକୁ ହେବ । ଗତବର୍ଷ ଏହାର ଦାମ୍ ୧୨୦୦ ଟଙ୍କା ରଖାଯାଇଥିଲା । ସେହିପରି ଅନ୍ୟ ଦିନମାନଙ୍କରେ ଆରତୀ ପାଇଁ ଭକ୍ତଙ୍କୁ ୭୦୦ ଟଙ୍କା ଦେବାକୁ ପଡିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024