ପୁରୀ ( ଏଟିଆର ବ୍ୟୁରୋ) : ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନୀତି ସବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ରଥଯାତ୍ରାରେ ପ୍ରଭୁଙ୍କ ବିଭିନ୍ନ ନୀତିକ୍ରାନ୍ତି ନେି ଏହି ବୈଠକ ଅନୁଷ୍ଠତ ହୋଇଥିଲା । ବୈଠକରେ ସ୍ନାନ ଯାତା ଠାରୁ ନିଳାଦ୍ରି ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ନୀତି ସମ୍ପର୍କରେ ଆଲୋଚନା ହୋଇଛି । ଚ,ିତ ଥର ରଥଯାତ୍ରା ସମୟରେ ଗହଣ ପଡୁଥିବାରୁ ସଅଳ ପହଣ୍ଡି ସାରିବାକୁ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ଚଳିତ ଥର ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ପଡୁଛି ।
୧୬ ତାରିଖରେ ଗ୍ରହଣ ଲାଗିବ । ଯେହେତୁ ପ୍ରତିବର୍ଷ ନୀଳାଦ୍ରି ବିଜେ ନୀତି ବିଳମ୍ବିତ ରାତିରେ ସରେ ତେଣୁ ତା ଆରଦିନ ନୀତିରେ ସ୍ୱଭାବିକ ଭାବେ ନୀତି ବିଳମ୍ବ ହୋଇଥାଏ । ୧୫ ତାରିଖରେ ଶିବଶୟନ ନୀତି ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । କାରଣ ଏଥର ଗ୍ରହଣ ଲାଗିବାର ଆଠଘଣ୍ଟା ପୂର୍ବରୁ ପାକ ତ୍ୟାଗ ରହିଥିବାରୁ ସମସ୍ୟା ଉପୁଜିଛି । ତେବେ ଚଳିତ ଥର ମହାପ୍ରଭୁଙ୍କ ସମସ୍ତ ନୀତିକ୍ରାନ୍ତି କିଭଳି ଶୁରୁଖୁରୁରେ ହେବ ସେ ନେଇ ପ୍ରଶାସନ ଚିନ୍ତା କରୁଛି । ନିଷ୍ପତି ଅନୁସାରେ ଚଳଳିତ ବର୍ଷ ଦିନ ୨ ଟା ସୁଦ୍ଧା ନୀଳାଦ୍ରି ବିଜେ ନୀତି ଆରମ୍ଭ କରାଯିବ ।
ତେବେ ଏନେଇ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ବୈଠକରେ ନିଆଯିବ ବୋଲି ସୂଚନ ମିଳିଛି । ସେହିଭଳି ଠାକୁରଙ୍କ ପହଣ୍ଡି ବିଜେ ସମୟରେ ଚାରିପାଖରେ ଭିଡ କିଭଳି ନିୟନ୍ତ୍ରଣ ରହିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଆଜିର ଏହି ଆଲୋଚନାରେ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ ।