ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷର ଶେଷ ପର୍ବ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ସନାତନ ଧର୍ମରେ ଏହି ପର୍ବର ଖୁବ୍ ମହତ୍ୱ ରହିଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଏ । ଏହି ଦିନ ମହାଦେବ ତ୍ରିପୁରାସୁର ନାମକ ଆଶୁରକୁ ସଂହାର କରିଥିଲେ । ଏହି କାରଣରୁ ଏହାକୁ ତ୍ରିପୁରୀ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଅବସରରେ ପବିତ୍ର ନଦୀରେ ସ୍ନାନ, ଦୀପଦାନ, ଭଗବାନଙ୍କ ପୂଜା, ଆଳତୀ, ହୋମ ଏବଂ ଦାନ ଆଦିର ବହୁତ ମହତ୍ୱ ରହିଛି ।
ଏହି ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । କୁହାଯାଏ କି ଏହି ଦିନ ଆକାଶ ମାର୍ଗରୁ ଅମୃତ ବର୍ଷା ହୋଇଥାଏଏବଂ ଏହି ଅମୃତକୁ ପାନ କରିବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଧର୍ମନଗରୀରେ ସ୍ନାନ କରିଥାନ୍ତି । ତେବେ ଆସନ୍ତୁ ଏହି ଦିନ କେଉଁ ଉପାୟ କରିବା ଦ୍ୱାରା ଆପଣ ଧନବାନ୍ ହୋଇ ପାରିବେ ।
– ପୂର୍ଣ୍ଣିମାରେ ଘରୁକୁ ସଫା ସୁତର କରି ରଖନ୍ତୁ, ବିଲକୁଲ୍ ଅଳିଆ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
– ଏହାସହିତ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଆଙ୍କିବା ସହ ଶ୍ରୀରାମଙ୍କୁ ପୂଜା କରନ୍ତୁ ।
– ଏହି ଦିନ ନିହାତି ଭାବେ ଚାନ୍ଦ ଦେଖିବା ସହ ମିଶିରି ଏବଂ କ୍ଷୀର ଭୋଗ ଲଗାନ୍ତୁ । ଏହି ଉପାୟ କରିବା ଦ୍ୱାରା ଖୁବ୍ ଶୀଘ୍ର ଧନବାନ୍ ହେବାର ସମ୍ଭାବନା ରହିଛି । ଏହିଦିନ ଗୋ ଦାନ କଲେ ଅନନ୍ତପୂଣ୍ୟ ଦାୟୀ ବୋଲି ବିଶ୍ୱାସ ରହିଛି ।
– ଏହିଦିନ ଦୀପଦାନ କରିବାର ମହତ୍ୱ ମଧ୍ୟ ରହିଛି । ଏହାଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।
– ଯଦି ଆପଣ କୌଣସି କାରଣ ବସତଃ ଦୀପଦାନ କରିପାରୁ ନାହାନ୍ତି, ତେବେ ଆଖପାଖରେ ଥିବା ଯେକୌଣସି ମନ୍ଦିରରେ ଦୀପଦାନ କରିଦିଅନ୍ତୁ ଶୁଭଫଳ ପ୍ରାପ୍ତି ହେବ ।