ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଗଣେଶ ଏବଂ ମାତା କରୱାଙ୍କୁ ସମର୍ପିତ କରୱା ଚୌଥ ବ୍ରତ । ସୁଖୀ ଦାମ୍ପତ୍ୟ ଜୀବନ ଏବଂ ପତିଙ୍କ ଦୀର୍ଘାୟୁ ପାଇଁ ସଧବା ନାରୀମାନେ କରୱାଚୌଥରେ ନିର୍ଜଳା ବ୍ରତ ରଖିଥାନ୍ତି । ଆଜି ହେଉଛି କରୱାଚୌଥ ବ୍ରତ । ସାରା ଦିନ ବ୍ରତ ରଖିବା ପରେ ସନ୍ଧ୍ୟାରେ ମହିଳାମାନେ ଚାନ୍ଦ ଦେଖି ପାରଣ କରିଥାନ୍ତି । ଏହି ବ୍ରତ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏହାସହିତ ଘରେ ସମୃଦ୍ଧି ଏବଂ ସୌଭାଗ୍ୟ ବୃଦ୍ଧି ହୋଇଥାଏ । କୁହାଯାଏ କି ଏହିଦିନ କରୱା ମାତାଙ୍କ ପୂଜା ପରେ ମନ୍ତ୍ର ଏବଂ ଆରତୀ ବିନା ବ୍ରତ ଅଧା ରହିଥାଏ । ବିଧିବଧ ଭାବେ କରୱାଚୌଥ ମନ୍ତ୍ର ପାଠ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
କରୱାଚୌଥ ମନ୍ତ୍ର:-
– ଶ୍ରୀଗଣେଶଙ୍କ ମନ୍ତ୍ର:- ଓଁ ଗଣେଶାୟ ନମଃ
– ଶିବଙ୍କ ମନ୍ତ୍ର:- ଓଁ ନମଃ ଶିବାୟ
– ପାର୍ବତୀଙ୍କ ମନ୍ତ୍ର:- ଓଁ ଶିବାୟୌ ନମଃ
– କାର୍ତ୍ତିକେୟଙ୍କ ମନ୍ତ୍ର:- ଓଁ ଷଣମୁଖାୟ ନମଃ
– ଚନ୍ଦ୍ରମାଙ୍କ ପୂଜା ମନ୍ତ୍ର:- ଓଁ ସୋମାୟ ନମଃ
– ‘ମମ ସୁଖ ସୌଭାଗ୍ୟ ପୁତ୍ର-ପୌତ୍ରାଦି ସୁସ୍ଥିର ଶ୍ରୀ ପ୍ରାପ୍ତୟେ କରକ ଚତୁର୍ଥୀ ମ୍ରତମହଂ କାରିଷ୍ୟେ’ ।
– ନମସ୍ତୌ ଶିବାୟୌ ଶର୍ବାଣ୍ୟୌ ସୌଭାଗ୍ୟଂ ସଂତତି ଶୁଭା । ପ୍ରୟଚ୍ଛ ଭକ୍ତିୟୁକ୍ତାନାଂ ମାରୀଣାଂ ହରବଲ୍ଲଭେ’ ।