ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କରୱା ଚୌଥ ବ୍ରତ । ସଧବା ମହିଳାଙ୍କ ପାଇଁ ଦିନଟି ଖୁବ୍ ଖାସ୍ । ଏହିଦିନ ବିବାହିତ ମହିଳାମାନେ ନିର୍ଜଳା ବ୍ରତ ରଖି ପତିଙ୍କ ଦୀର୍ଘାୟୁ କମନା କରି ପୂଜା କରିଥାନ୍ତି । କରୱା ଚୌଥ ବ୍ରତଟି କରୱା ମାତା ଏବଂ ଶିବ ପରିବାରକୁ ସମର୍ପିତ । ସାରା ଦିନ ବ୍ରତ ରଖି ସନ୍ଧ୍ୟାରେ ମହିଳାମାନେ ଚାନ୍ଦ ଦେଖି ବ୍ରତ ର ପାରଣ କରିଥାନ୍ତି । ଏହି ବ୍ରତ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଖୁସୀ ଆସିଥାଏ । ଏହାସହିତ ଘରେ ସୁଖ-ସମୃଦ୍ଧି ବଢିଥାଏ । କୁହାଯାଏ କି ଏହିଦିନ କରୱା ମାତାଙ୍କ ପୂଜା ପରେ ମନ୍ତ୍ର ପାଠ ନକଲେ ପୂଜା ଅଧା ରହିଥାଏ ।
କରୱା ଚୌଥ ମନ୍ତ୍ର:
– ଶ୍ରୀଗଣେଶ ମନ୍ତ୍ର: ଓଁ ଗଣେଶାୟ ନମଃ
– ଶିବ ମନ୍ତ୍ର: ଓଁ ନମଃ ଶିବାୟ
– ପାର୍ବତୀ ମନ୍ତ୍ର: ଓଁ ଶିବାୟୌ ନମଃ
– କାର୍ତ୍ତିକେୟ ମନ୍ତ୍ର: ଓଁ ଷଣମୁଖାୟ ନମଃ
– ଚନ୍ଦ୍ରମା ପୂଜନ ମନ୍ତ୍ର: ଓଁ ସୋମାୟ ନମଃ
– ‘ମମ ସୁଖ ସୌଭାଗ୍ୟ ପୁତ୍ର-ପୌତ୍ରାଦି ସୁସ୍ଥିର ଶ୍ରୀ ପ୍ରାପ୍ତୟେ କରକ ଚତୁର୍ଥୀ ବ୍ରତମହଂ କରିଷ୍ୟେ । ’
– ‘ନମସ୍ତୈ ଶିବାୟୈ ଶର୍ବାଣ୍ୟ÷ ସୌଭାଗ୍ୟଂ ସଂତତି ଶୁଭା । ପ୍ରୟଚ୍ଛ ଭକ୍ତିୟୁକ୍ତାନାଂ ନାରୀଣାଂ ହରବଲ୍ଲଭେ ।’