ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଟି କୋଟି ଭକ୍ତଙ୍କ ଭଗବାନ କେଦାରନାଥ ଧାମର ଦ୍ୱାର ଆସନ୍ତା ମେ’ ୧୭ ରେ ଖୋଲିବ । ଏନେଇ ଉତ୍ତରାଖଣ୍ଡ ଚାରି ଧାମ ଦେବସ୍ଥାନମ ପ୍ରବନ୍ଧନ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଗତବର୍ଷ ନଭେମ୍ବର ମାସରେ କେଦାରନାଥ ଧାମର ଦ୍ୱାର ପରମ୍ପରା ଅନୁସାରେ ଏବଂ ବୈଦିକ ରୀତିନୀତି ସହିତ ୬ ମାସ ପାଇଁ ବନ୍ଦ କରି ଦିଆଯାଇଥିଲା ।
ତୁଷାରପାତ ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗ ଭଗବାନ କେଦାରନାଥ ଧାମ ର ଦ୍ୱାରକୁ ଭାଇ ଦୁଜ୍ ଅବସରରେ ବନ୍ଦ କରିଦିଆଯାଇଥିଲା । ଗତବର୍ଷ ୧ ଲକ୍ଷ ୩୫ ହଜାର ୨୩ ଶ୍ରଦ୍ଧାଳୁ ଭଗବାନ କେଦାରନାଥଙ୍କ ଦର୍ଶନ କରିଥିଲେ ।
ସେହିପରି ଉତ୍ତରାଖଣ୍ଡର ଚମୋଲି ଗଢୱାଲ ଜିଲ୍ଲା ରେ ଅବସ୍ଥିତ ଦେଶର ଚାରିଧାମ ମଧ୍ୟରୁ ଗୋଟେ ହେଉଛି ବଦ୍ରିନାଥ ଧାମ । ଏହି ଧାମର ଦ୍ୱାର ମେ’ ୧୮ ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ସେହିଦିନ ଭୋର ୪ ଟା ୧୫ ମିନିଟ୍ ରେ ମନ୍ଦିରର ଦ୍ୱାର ଖୋଲାଯିବ ।