ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଶ୍ୱିନ ମାସ ଶୁକ୍ଳ ପକ୍ଷରେ ପାଳନ କରାଯାଏ ଶାରଦୀୟ ନବରାତ୍ରୀ । ଶୁକ୍ଳପକ୍ଷର ପ୍ରଥମ ତିଥିରୁ ନବମୀ ତିଥିର ନଅ ଦିନ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ନବରାତ୍ରୀରେ ମା ଦୁର୍ଗାଙ୍କ ପୂଜା ସମେତ ବ୍ରତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥାଏ । ଚଳିତବର୍ଷ ଅକ୍ଟୋବର ୭ରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ତେବେ ଆସନ୍ତୁ ଜାଣିବା ନବରାତ୍ରୀ ବ୍ରତରେ ପଳନ କରାଯାଉଥିବା ବିଶେଷ ନିୟମ ବିଷୟରେ..
– ନବରାତ୍ରୀ ବ୍ରତରେ ସମ୍ପୂର୍ଣ୍ଣ ସାଧାସିଧା ଜୀବନ କାଟିବା ଉଚିତ୍ । ଖାଦ୍ୟ-ପାନୀୟ , ଆଚାର-ବ୍ୟବହାର ସବୁକିଛି ସରଳ ହେବା ଉଚିତ୍ ।
– ନବରାତ୍ରୀର ବ୍ରତରେ ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ପୂଜା ପୂର୍ବରୁ ଘର ସଫା ସୁତୁରା କରି ସ୍ନାନ ସାରି ପୂଜା ଆରମ୍ଭ କରିବା ଉଚିତ୍ ।
– ନବରାତ୍ରୀର ନଅ ଦିନ ଯାକ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍ ।
– ନଅ ଦିନ ଯାକ ମଦ, ମାଂସ, ମାନ, ମସଲା ଆଦି ବିଲକୁଲ ସେବନ କରିବା ଉଚିତ୍ ନୁହେଁ ।
– ନବରାତ୍ରୀରେ କାହାରିକୁ ଭୁଲ୍ ରେ ବି ଅପଶବ୍ଧ ବ୍ୟବହାର କରିବା ଉଚିତ୍ ନୁହେଁ ।
– ନବରାତ୍ରୀରେ କନ୍ୟା ପୂଜନର ବିଧାନ ରହିଛି । ଏହି ଅବସରରେ କୌଣସି ମହିଳାଙ୍କୁ ଅପମାନ କରିବା ଉଚିତ୍ ନୁହେଁ ।
– ନବରାତ୍ରୀରେ କେଶ, ଦାଢି, ନଖ ଆଦି କାଟିବା ଉଚିତ୍ ନୁହେଁ ।
– ନବରାତ୍ରୀର ନଅ ଦିନ ଯାକ ଦିନରେ ଶୋଇବା ଉଚିତ୍ ନୁହେଁ ।