ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେବେ ଶ୍ରୀଜିଉ । ଜନ୍ମବେଦୀରୁ ଲୀଳାଖେଳା ସାରି ଦଶମିରେ ବାହୁଡିବା ପରେ ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ତିଆରି ହାତ , ପାଦ ଆଦି ପରିଧାନ କରିବେ ଶ୍ରୀଜିଉ । ବର୍ଷକୁ ଥରେ ରଥ ଉପରେ ଅନୁଷ୍ଠିତ ହୋଇଥିବା ଏହି ସୁନା ବେଶରେ ତିନି ଠାକୁରଙ୍କ ଠାରେ କେଉଁ ସବୁ ଅଳଙ୍କାରମାନ ଲାଗି ଥାଏ ଆସନ୍ତୁ ଜାଣିବା ।
ବଡ ଠାକୁର ବଳଭଦ୍ରଙ୍କ ଅଳଙ୍କାର: ଶ୍ରୀପୟର ବା ପାଦ, ଶ୍ରୀଭୂଜ ବା ହାତ, କିରିଟ, ତ୍ରିଖଣ୍ଡିକା, କମରପଟି, ଝୋବାକଣ୍ଠି, ଚନ୍ଦ୍ରସୂର୍ଯ୍ୟ, ଓଢିଆଣୀ, କୁଣ୍ଡଳ,ଆଡକାନୀ, ତିଳକ, ହଳମୂଷଳ, ଅଳକା, ଚନ୍ଦ୍ରିକା, କଦମ୍ବମାଳି, ଘାଗଡା ମାଳି,ବାଘନଖି ମାଳି, ବାହାଡା ମାଳି, ସେବତି ମାଳି ।
ମା ସୁଭଦ୍ରାଙ୍କ ଅଳଙ୍କାର: କାନ, କିରିଟ, ସୂର୍ଯ୍ୟଚନ୍ଦ୍ର, ଓଢିଆଣୀ, ସେବତି ମାଳି, ଘାଗଡା ମାଳି, କଦମ୍ବ ମାଳି, ତଗଡି
ମହାପ୍ରଭୁ ଶ୍ରିଜଗନ୍ନାଥଙ୍କ ଅଳଙ୍କାର: ଶ୍ରୀଭୁଜ, ଶ୍ରୀପୟର, କିରିଟ, କମରପଟି, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଚନ୍ଦ୍ରିକା, ରୂପା ଶଙ୍ଖ, ସୁନା ଚକ୍ର, ଆଡକାନି, ଘାଗଡା ମାଳି, ତାବିଜ ମାଳି, କଦମ୍ବ ମାଳି, ବାହାଡା ମାଳି, ଝୋବାକଣ୍ଠି, ତ୍ରିଖଣ୍ଡିକା, ଅଳକା, ସେବତୀ ମାଳି