କୋଣାର୍କ (ଏଟିଆର ବ୍ୟୁରୋ): ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର । ପ୍ରବେଶ ନିମନ୍ତେ ଅନଲାଇନରେ ଟିକେଟ ଉପଲବ୍ଧ କରାଯାଇଛି । ଏଏସଆଇର ଏକ ବୋର୍ଡ ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଲଗା ଯାଇଛି । ଏହି ବୋର୍ଡରେ ଥିବା କ୍ୟୁଆର କୋର୍ଡକୁ ପର୍ଯ୍ୟଟକ ନିଜ ସ୍ମାର୍ଟଫୋନରେ ସ୍କାନ କରି ସାମାଜିକ ଦୂରତା ଅବଲମ୍ବନ କରି ମନ୍ଦିରକୁ ପ୍ରବେଶ କରିବେ । ଅନଲାଇନରେ ଦୈନିକ ଦୁଇ ହଜାର ଟିକେଟ ଉପଲବ୍ଧ କରାଯିବ । ଏହାପରେ ପର୍ଯ୍ୟଟକମାନେ ଅଫଲାଇନ୍ ରେ ଟିକେଟ କରି ଭିତରକୁ ଯାଇପାରିବେ । ସୋମବାରରୁ ଶୁକ୍ରବାର ଯାଏଁ ଅନଲାଇନରେ ଟିକେଟ କରିପାରିବେ ପର୍ଯ୍ୟଟକ ।
ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରି ମନ୍ଦିର ଭିତରକୁ ପ୍ରବେଶ କରିବେ ପର୍ଯ୍ୟଟକ । ଗତ ଏପ୍ରିଏ ୧୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କମ୍ନ୍ିର ବନ୍ଦ ରହିଥିଲା । କିନ୍ତୁ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିବା ପରେ ଏବେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି କୋଣାର୍କ ମନ୍ଦିର ।