ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିବା ପାଇଁ ଚାରିଆଡେ ଚଳଚଞ୍ଚଳ । ଭକ୍ତିରେ ଲୀନ ଭକ୍ତ । ଶ୍ରୀକୃଷ୍ଣଙ୍କ ପୂଜା ବିଶେଷ ରୂପେ କରିବା ପାଇଁ ଲାଗି ପଡିଛନ୍ତି ଭକ୍ତ । ଚାରିଆଡେ ଖାଲି ଉତ୍ସାହର ମାହୋଲ । କିନ୍ତୁ କରୋନା କଟକଣା ମଧ୍ୟରେ ଚାରିଆଡେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ।
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ମଥୁରାର କାରାଗାର ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଢୁ ଢୁ ବର୍ଷା ରାତିରେ ପିତା ବାସୁଦେବ ଉଛୁଳା ଯମୁନା ନଦୀ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ଗୋପପୁରକୁ ନେଇଥିଲେ । ସେଠୁ ବିଜୁଳି କନ୍ୟାକୁ ସାଙ୍ଗରେ ନେଇ ଆସିଥିଲେ । ସେବେଠୁ ସେଥିପାଇଁ ସାରା ଦେଶରେ ପ୍ରତ୍ୟେକ ବର୍ଷ ମଧ୍ୟ ରାତ୍ରୀରେ ଶ୍ରୀକୃଷ୍ଣ ଜନ୍ମନୀତି ଧୁମ୍ ଧାମରେ ପାଳିତ ହୋଇଆସୁଛି ।