ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ।
କୃଷ୍ଣ ବଳରାମ ବେଶରେ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ ଛନ୍ଦ ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥ ଗୋଟେ ହାସ୍ତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମଫୁଲ ଧରିଥିବା ବେଳେ ପ୍ରଭୁ ବଳରାମ ଡାହାଣ ହସ୍ତରେ ଶିଘାଂ ଓ ବାମ ହସ୍ତରେ ପଦ୍ମଫୁଲ ଧରିଥାନ୍ତି ।
ଦ୍ୱିପ୍ରହର ଧୂପ ସରିବା ପରେ ଏହି ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ଯାଏଁ ରହିଥାଏ । ବିଶ୍ୱାସ ରହିଛି କି ଏହି ବେଶକୁ ଦର୍ଶନ କରିବା ଦ୍ୱାରା କୋଟି ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ।