ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହରିଦ୍ୱାରରେ ଆଜିଠୁ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଏହି ମେଳା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ । ମେଳାରେ ଗଙ୍ଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କୁ କୋଭିଡ୧୯ ର ଆରଟିପିସିଆର ଟେଗେଟିଭ ରିପୋର୍ଟ ଦେଖେଇବାକୁ ହେବ । ବିନା କୋଭିଡ୧୯ ରିପୋର୍ଟରେ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରି ପାରିବେ ନାହିଁ ।
ସେପଟେ କରୋନରେ ଅଧିକ ପ୍ରଭାବିତ ହୋଇଥିବା ୧୨ଟି ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ ବିଶେଷ ନଜର ରଖାଯିବ । ଜିଲ୍ଲାର ସମସ୍ତ ବର୍ଡର ଏବଂ ମେଳା ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ର୍ୟାଡମ ସ୍ୟାମ୍ପଲିଙ୍ଗ କରିବ ସ୍ୱାସ୍ଥ୍ୟ ବିଭାଗ । ଧର୍ମଶାଳା ଏବଂ ହୋଟେଲ ମାନଙ୍କରେ ବିନା କୋଭିଡ୧୯ ନେଗେଟିଭ ରିପୋର୍ଟରେ ଶ୍ରଦ୍ଧାଳୁ ରହିପାରିବେ ନାହିଁ ।
ସର୍ବାଧିକ କରୋନା ପ୍ରଭାବିତ ୧୨ ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ରାଜ୍ୟ ସୀମାରେ କରୋନା ଟେଷ୍ଟ କରାଯିବ । ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ ଏବଂ ତାଙ୍କୁ ଟିମ୍ କୁ ଫେରାଇ ଦିଆଯିବ ।