ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସର ଆଜି ଶେଷ ସୋମବାର । କାଉଡିଆମାନେ ଭକ୍ତିର ସହିତ ସକାଳୁ ଶିବଲିଙ୍ଗରେ ଜଳଲାଗି କରିଛନ୍ତି । ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଲାଗିଛି । ଭକ୍ତମାନେ ଶିବଲିଙ୍ଗରେ ଜଳଲାଗି କରିବା ପାଇଁ ଶିବମନ୍ଦିରରେ ଭିଡ ଜମାଇଛନ୍ତି ।
ଶ୍ରାବଣ ମାସ ବାବା ଭୋଳାଶଙ୍କରଙ୍କର ଅତି ପ୍ରିୟ ମାସ । ଏହି ମାସ ବାବା ଶିବଙ୍କର ଜନ୍ମମାସ । ବିଶ୍ୱାସ ରହିଛି କି ଏହି ମାସରେ ଶିବଲିଙ୍ଗରେ ଜଳଲାଗି କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ସେଥିପାଇଁ ଭକ୍ତମାନେ ମାସ ସାରା ନିଷ୍ଠାର ସହ ଆମିଷ, ପିଆଜ, ରସୁଣ ଆଦି ତ୍ୟାଗ କରି ନିରାମିଷ ଭୋଜନ କରିଥାନ୍ତି ।