ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ବାର ମାସରେ ପାଳିତ ହୁଏ ତେର ପର୍ବ । ସେଥିମଧ୍ୟରୁ ଗୋଟେ ଯାତ ହେଉଛି ଝୁଲଣଯାତ୍ରା । ଏବେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଝୁଲଣ ଯାତ୍ରା । ଗତକାଲି ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । କେବଳ ଶ୍ରୀମନ୍ଦିରରେ ନୁହେଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡି ଓ ଘରେ ମାନଙ୍କରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ତିଥି ଯାଏଁ ଚାଲିବ ।
କୋଭିଡ ପାଇଁ ଦୁଇ ବର୍ଷ କାଳ ଭକ୍ତଙ୍କ ମଧ୍ୟରେ ଝୁଲଣଯାତ୍ରା ଅନୁଷ୍ଠିତ ହେଉନଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଛି ଝୁଲଣଯାତ୍ରା । ଏନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାଆଳତୀ ଶେଷ ହେବା ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣକୁଞ୍ଜରେ ବିରାଜମାନ କରିବେ ।