ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘର ପ୍ରତିଷ୍ଠା, ହୋମ, ପୂଜା ଆଦିରେ ଘରର ବାହାରେ ଲେମ୍ବୁ ଓ ଲଙ୍କା ଗୁନ୍ଥା ହୋଇ ବନ୍ଧା ଯାଇଥିବାର ଦେଖିଥିବେ ନିଶ୍ଚିନ୍ତ । ବିଶ୍ୱାସ ରହିଛି ଯେ ଏଭଳି କରିବା ଦ୍ୱାରା ଘରେ କୌଣସି ଖରାପ ନଜର ପଡି ନଥାଏ । କୁହାଯାଏ ଯେ ଲେମ୍ବୁର ଖଟାପଣ ଏବଂ ଲଙ୍କାର ରାଗ ଖରାପ ନଜର ରଖିଥିବା ବ୍ୟକ୍ତିଙ୍କର ଏକାଗ୍ରତା ଭାଙ୍ଗି ଦେଇଥାଏ । ସେଥିପାଇଁ ଘର ହେଉ କିମ୍ବା ବ୍ୟବସାୟ କ୍ଷେତ୍ର ସମସ୍ତ ଶୁଭ କାମରେ ଲେମ୍ବୁ ଓ ଲଙ୍କା ବ୍ୟବହାର କରାଯାଇଥାଏ ।
ବୈଜ୍ଞାନିକଙ୍କ ମତରେ ଯେତେବେଳେ ଆମେ ଲଙ୍କା ଓ ଲେମ୍ବୁ ଦେଖିଥାଉ ସେତେବେଳେ ସେହି ଜିନିଷର ସ୍ୱାଦକୁ ମନେ ପକାଇ ଥାଉ । ସେହି କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମେ ସେହି ଜିନିଷଠାରୁ ନଜର ହଟାଇ ଦେଇଥାଉ ।
ଏହାସହିତ ଲଙ୍କା ଓ ଲେମ୍ବୁରେ କୀଟନାଶକ ଗୁଣ ଥାଏ, ଯାହାକୁ ଘରର ବାହାରେ ବାନ୍ଧିବା ଦ୍ୱାରା ସେଠାକାର ବାତାବରଣ ଶୁଦ୍ଧ ହୋଇ ଯାଇଥାଏ । ଏହାଦ୍ୱାରା ଘରର ପାଶ୍ୱର୍ବତୀ ସ୍ଥାନରୁ ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ରହିଥାନ୍ତି ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ଲେମ୍ବୁ ଗଛ ଥାଏ, ସେଠାରେ କୌଣସି ନକରାତ୍ମକ ଶକ୍ତି ରୁହନ୍ତି ନାହିଁ । ଫଳରେ ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଉଠେ ।